ନାଜାଲ୍‌ ଭ୍ୟାକ୍‌ସିନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ: ୫ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ବହୁତ ଜଲଦିି ନାଜାଲ୍‌ କରୋନା ଭ୍ୟାକ୍‌ସିନ ଉପଲବ୍ଧ ହେବ । ଏଥି ନିମନ୍ତେ ଭାରତ ବାୟୋଟେକ୍‌ ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଡ୍ରଗ୍‌ କଣ୍ଟ୍ରୋଲରଠାରୁ ଅନୁମତି ମାଗିଛ । ସୂଚନାଥାଉ କି, ୬ ସେପେଫମ୍ବରରେ ଭାରତର ଡ୍ରଗ୍‌ କଣ୍ଟ୍ରୋଲର ୧୮ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଇଣ୍ଟ୍ରାନାଜାଲ କୋଭିଡ୍‌ ଭ୍ୟାକ୍‌ସିନ୍‌କୁ ମଞ୍ଜୁରୀ ପ୍ରଦାନ କରିଥିଲା । ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି, ଭାରତ ବାୟୋଟେକ୍‌ ବର୍ତ୍ତମାନ ୫ରୁ […]

Samaya Live Picture
Published On

ନୂଆଦିଲ୍ଲୀ: ୫ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ବହୁତ ଜଲଦିି ନାଜାଲ୍‌ କରୋନା ଭ୍ୟାକ୍‌ସିନ ଉପଲବ୍ଧ ହେବ । ଏଥି ନିମନ୍ତେ ଭାରତ ବାୟୋଟେକ୍‌ ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଡ୍ରଗ୍‌ କଣ୍ଟ୍ରୋଲରଠାରୁ ଅନୁମତି ମାଗିଛ । ସୂଚନାଥାଉ କି, ୬ ସେପେଫମ୍ବରରେ ଭାରତର ଡ୍ରଗ୍‌ କଣ୍ଟ୍ରୋଲର ୧୮ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ଇଣ୍ଟ୍ରାନାଜାଲ କୋଭିଡ୍‌ ଭ୍ୟାକ୍‌ସିନ୍‌କୁ ମଞ୍ଜୁରୀ ପ୍ରଦାନ କରିଥିଲା ।

 ନାଜାଲ୍‌ ଭ୍ୟାକ୍‌ସିନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଅଫିସିଆଲ ସୂତ୍ରରୁ ଜଣାପଡ଼ିଛି, ଭାରତ ବାୟୋଟେକ୍‌ ବର୍ତ୍ତମାନ ୫ରୁ ୧୮ ବର୍ଷ ବୟସର ପିଲାଙ୍କ ଲାଗି ସୁରକ୍ଷା, ପ୍ରତିକ୍ରିୟାତ୍ମକତା ଏବଂ ଇମ୍ୟୁନୋଜେନେସିଟିର ମୂଲ୍ୟାଙ୍କନ ନିମନ୍ତେ ତୃତୀୟ ପର୍ଯ୍ୟାୟ ଅନୁମତି ପାଇଁ ଆବେଦନ ଦାଖଲ କରିଛି ।

-ଭାରତ ବାୟୋଟେକ୍‌ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, ଏହି ନାଜାଲ୍‌ ଭ୍ୟାକ୍ସିନ୍‌ ଆଜି ପର୍ଯ୍ୟନ୍ତ ପ୍ରୟୋଗରେ ଅଣାଯାଇଥିବା ଅନ୍ୟ ଭ୍ୟାକ୍ସନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ତଥା ପ୍ରଭାବୀ ରହିଛି ।

-ଏହି ଭ୍ୟାକ୍ସିନ୍‌ ନାକ ମାଧ୍ୟମରେ ଦିଆଯାଏ, ଯାହାକି ନାକ ଭିତରେ ପ୍ରତିରକ୍ଷା ପ୍ରଣାଳୀ ପ୍ରସ୍ତୁତ କରି ଭାଇରସ୍‌ ପ୍ରବେଶ କରିବା ମାତ୍ରେ ତାହାକୁ ନିଷ୍କ୍ରିୟ କରିଦିଏ ।

-ବର୍ତ୍ତମାନ ପର୍ଯ୍ୟନ୍ତ ଦିଆଯାଉଥିବା ଭ୍ୟାକ୍ସିନ୍‌ ତୁଳନାରେ ଏହା ସମ୍ପୂର୍ଣ୍ଣ ଭିନ୍ନ, ଏଥିପାଇଁ ଛୁଞ୍ଚିର ଆବଶ୍ୟକ ହେବ ନାହିଁ ।

 ନାଜାଲ୍‌ ଭ୍ୟାକ୍‌ସିନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା
-ଏହାକୁ ବ୍ୟବହାର କରିବା ମଧ୍ୟ ସହଜ । ଘରେ ବି ଆପଣ ବ୍ୟବହାର କରି ପାରିବେ । ଏଥିପାଇଁ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କର ଆବଶ୍ୟକ ପଡ଼ିବ ନାହିଁ ।

-ଛୁଞ୍ଚି ସମ୍ବନ୍ଧୀୟ ବିପଦ, ଯେପରି ସଂକ୍ରମଣ କିମ୍ବା ଟିକାକରଣ ପରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିବ ।
-ଶିଶୁ ଏବଂ ବୟସ୍କଙ୍କ ପାଇଁ ଏହା ଆଦର୍ଶ ରୂପେ ଉପଯୁକ୍ତ ।

-ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଭାଇରସକୁ ଶରୀରରେ ପ୍ରବେଶ କରିବା ପୂର୍ବରୁ ହିଁ ମାରି ଦେବାର କ୍ଷମତା ରଖିଛି । ଏହି ଭ୍ୟାକ୍ସିନ୍‌ ନେଲେ ଶରୀରର କୌଣସି ଅଙ୍ଗକୁ ବିପଦ ଆଶଙ୍କା ରହିବ ନାହିଁ ।

ସୂଚନାଥାଉ କି, ଏହା ପୂର୍ବରୁ ଭରତ ବାୟୋଟେକ୍‌ ଇଣ୍ଟ୍ରାନାଜାଲ୍‌ ଭ୍ୟାକ୍ସିନରୁ ତୃତୀୟ କ୍ଲିନିକାଲ୍‌ ଟ୍ରାଏଲ ଅଗଷ୍ଟ ୧୫ରେ ପୂରା କରି ନେଇଥିଲା । ଟ୍ରାଏଲ ପରୀକ୍ଷା ସମୟରେ ଭ୍ୟାକ୍ସିନକୁ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ ଭାବରେ ଦିଆଯାଇଥିଲା । ସଫଳ ପରୀକ୍ଷଣ ହେବା ପରେ ବୁଷ୍ଟର ଡୋଜ୍‌ ରୂପେ ମଧ୍ୟ ଏହାର ପରୀକ୍ଷା କରାଯାଇଥିଲା । ଯଦିଓ ବୁଷ୍ଟର ଡୋଜ ସେହି ଲୋକମାନଙ୍କୁ ଦିଆଯାଇଥିଲା, ଯେଉଁମାନେ କୋଭିଡର ଉଭୟ ଭ୍ୟାକ୍ସିନ୍‌ ନେଇଥିଲେ ।

 ନାଜାଲ୍‌ ଭ୍ୟାକ୍‌ସିନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା
ଭାରତ ବାୟୋଟେକ୍‌ ଭାରତର ୧୪ଟି ସ୍ଥାନରେ ପରୀକ୍ଷା କରିଥିଲା । କମ୍ପାନୀ କହିଥିଲା ଯେ ପ୍ରଥମ ପର୍ଯ୍ୟାୟର କ୍ଲିନିକାଲ୍‌ ଟ୍ରାଏଲରେ ସୁସ୍ଥ ସେ୍ୱଚ୍ଛାସେବୀମାନଙ୍କୁ ଦିଆଯାଇଥିବା ଭ୍ୟାକ୍ସିନର ଡୋଜ୍‌ ଭଲ ଭାବରେ କାମ କରିଥିଲା । କୌଣସି ଗମ୍ଭୀର ପ୍ରତିକୂଳ ଘଟଣା ବିଷୟରେ ସୂଚନା ମିଳି ନ ଥିଲା । ପ୍ରି-କ୍ଲିନିକାଲ୍‌ ଟକ୍ସିସିଟି ଷ୍ଟଡିଜ୍ରେ ଏହି ଭ୍ୟାକ୍ସିନ୍‌ ସୁରକ୍ଷିତ, ଇମ୍ୟୁନୋଜେନିକ୍‌ ଏବଂ ଭଲ ଭାବରେ କାମ କରିବା ଯୋଗ୍ୟ ବୋଲି ଜଣା ପଡ଼ିଥିଲା । କରୋନା ମହାମାରୀ ବିରୋଧରେ ଚାଲିଥିବା ଲେଇରେ ଦେଶର ପ୍ରଥମ ନାଜାଲ୍‌ ଭ୍ୟାକ୍ସିନକୁ ଡ୍ରଗ୍‌ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ ମଞ୍ଜୁରୀ ଦେଇଥିଲା ।