ଆଜି ମୂଳାଷ୍ଟମୀ ,ଆରମ୍ଭ ହେବ ମା’ଙ୍କର ଷୋଳପୂଜା

ପୁରୀ: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ । ଆଜିଠାରୁ ଶ୍ରୀମନ୍ଦିରରେ ବିମଳା ମା’ଙ୍କର ଷୋଳ ପୂଜା ଆରମ୍ଭ ହେବ। ପୀଠରେ ପୂଜା ଅର୍ଚ୍ଚନା ପାଇଁ ଶ୍ରୀ ନଅରରେ ବ୍ରାହ୍ମଣ ବରଣୀ ହେବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ୨୧ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟ ବରଣ କରି ଦେବୀ ପୀଠ ମାନଙ୍କରେ ଷୋଡଶ ଦିନାତ୍ମକ ପୂଜା ପାଇଁ […]

Samaya Live Picture
Published On

ପୁରୀ: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ । ଆଜିଠାରୁ ଶ୍ରୀମନ୍ଦିରରେ ବିମଳା ମା’ଙ୍କର ଷୋଳ ପୂଜା ଆରମ୍ଭ ହେବ। ପୀଠରେ ପୂଜା ଅର୍ଚ୍ଚନା ପାଇଁ ଶ୍ରୀ ନଅରରେ ବ୍ରାହ୍ମଣ ବରଣୀ ହେବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ୨୧ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟ ବରଣ କରି ଦେବୀ ପୀଠ ମାନଙ୍କରେ ଷୋଡଶ ଦିନାତ୍ମକ ପୂଜା ପାଇଁ ଆମନ୍ତ୍ରଣ କରିଛନ୍ତି। ଏହାପରେ ସହସ୍ରକୁମ୍ଭାଭିଷେକ ପରେ ମା’ଙ୍କୁ ନିଦ୍ରାରୁ ଜାଗ୍ରତ କରାଯାଇ ଘଟ ସ୍ଥାପନ ସହ ଆବାହନ କରାଯାଇଛି। ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଏବଂ ଶକ୍ତିଙ୍କର ଉପାସନା ସ୍ଵରୂପ ଦୁର୍ଗା ମାଧବଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଆସନ୍ତା ମାସ ଅକ୍ଟୋବର ୨ ତାରିଖ ମହାଳୟାରୁ ଶ୍ରୀଦୁର୍ଗାମାଧବଙ୍କ ଏକତ୍ର ଉପାସନାର ପରମ୍ପରା ରହିଛି।

ଶାରଦୀୟ ପୂଜା ପାଇଁ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ପୀଠ ସହ ପୁରୀର ଅନ୍ୟାନ୍ୟ ପ୍ରତିଷ୍ଠିତ ଶକ୍ତିପୀଠ ପାଇଁ ଶ୍ରୀନଅରକୁ ବ୍ରାହ୍ମଣ ମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଆଜିଠୁ ଶ୍ରୀକ୍ଷେତ୍ରରେ ସବୁ ଶକ୍ତିପୀଠ ମାନଙ୍କରେ ଚଣ୍ଡିପାଠ ଆରମ୍ଭ ହେବ। ମହାପ୍ରଭୁଙ୍କ ଶାକ୍ତ ଗୁଣ୍ଡିଚା ଆରମ୍ଭ । ଏହି ଅବସରରେ ସମସ୍ତ ଦେବଦେବୀ ଦୋଳମଣ୍ଡପ ସହି ସ୍ଥିତ ନାରାୟଣୀଙ୍କ ମନ୍ଦିରକୁ ବିଜେ କରିବେ I୯ ତାରିଖ ବୁଧବାର ମା’ବିମଳାଙ୍କ ପୀଠରେ ମହାସପ୍ତମୀ, ୧୦ ତାରିଖ ଗୁରୁବାର ମହାଷ୍ଟମୀ,୧୧ ତାରିଖ ଶୁକ୍ରବାର ମହାନବମୀ ପୂଜା ଅନୁଷ୍ଠିତ ହେବ । ୧୨ ତାରିଖରେ ମା’ଙ୍କ ବିଶ୍ରାମ ପୂଜା ହୋଇ ୧୩ ତାରିଖ ରବିବାର ଠାକୁରାଣୀଙ୍କ ଦଶହରା ପୂଜା ସମ୍ପନ୍ନ ହେବ ।

Tags: