ଯବାନ ଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ,୧୦ ଗୁରୁତର
ଅନୁଗୁଳ : ଯବାନଙ୍କ ଗାଡ଼ି ଦୁର୍ଘଟଣା । ଅନୁଗୁଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ମୁଣ୍ଡାସାହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ଭୋର ୪ ଟା ସମୟରେ ଯବାନଙ୍କ ଗାଡିକୁ ଏକ ଟ୍ରେଲର ଧକ୍କା ଦେବାରୁ ୧୦ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଅନୁଗୁଳ ଡାକ୍ତରଖାନା ଆଣାଯାଇଥିଲା । ସେଠାରେ […]
ଅନୁଗୁଳ : ଯବାନଙ୍କ ଗାଡ଼ି ଦୁର୍ଘଟଣା । ଅନୁଗୁଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ମୁଣ୍ଡାସାହି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ଭୋର ୪ ଟା ସମୟରେ ଯବାନଙ୍କ ଗାଡିକୁ ଏକ ଟ୍ରେଲର ଧକ୍କା ଦେବାରୁ ୧୦ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଅନୁଗୁଳ ଡାକ୍ତରଖାନା ଆଣାଯାଇଥିଲା । ସେଠାରେ ଗୁରୁତର ଅବସ୍ଥାରେ କେତେଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗତ ରାତିରେ ଗୋଟିଏ ଟ୍ରାଭେଲରରେ ଏସଓଜିର ୧୪ ଜଣ କର୍ମଚାରୀ ଝାରସୁଗୁଡ଼ାରୁ ଚନ୍ଦକା ଅଭିମୁଖେ ଟ୍ରେନିଂ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
ଆହତମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୫ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଉଛି।




