ମା’ଙ୍କୁ ଫୋନ କରି ଜୀବନ ହାରିଲେ ଯବାନ

ଜାମ୍ମୁ-କାଶ୍ମୀର : ପାରିବାରିକ ବିବାଦ ନେଲା ଯବାନଙ୍କ ଜୀବନ । ମାଆକୁ ମୋବାଇଲରେ ମେସେଜ ପଠାଇ ଫୋନରେ ମାଆ ସହ କଥା ହେଉଥିବା ସମୟରେ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଜଣେ BSF ଯବାନ । ମୃତ ଯବାନ ଜଣକ କାମାକ୍ଷାନଗର ଥାନା ମାଳପୁରା ଗାଁର ସୁରେଶ ବିଶ୍ୱାଳ ବୋଲି ସୂଚନା ମିଳିଛି । ସେ ଜାମ୍ମୁ-କାଶ୍ମୀରର ଡୋଡା ସେକ୍ଟରରେ କାର୍ଯ୍ୟରତ ଥିଲେ। ତାଙ୍କ ଆତ୍ମହତ୍ୟା ପାଇଁ ନିଜ ସ୍ତ୍ରୀ, ସାନଭାଇ […]

ମା’ଙ୍କୁ ଫୋନ କରି ଜୀବନ ହାରିଲେ ଯବାନ
Samaya Live Picture
Published On

ଜାମ୍ମୁ-କାଶ୍ମୀର : ପାରିବାରିକ ବିବାଦ ନେଲା ଯବାନଙ୍କ ଜୀବନ । ମାଆକୁ ମୋବାଇଲରେ ମେସେଜ ପଠାଇ ଫୋନରେ ମାଆ ସହ କଥା ହେଉଥିବା ସମୟରେ ନିଜ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଜଣେ BSF ଯବାନ । ମୃତ ଯବାନ ଜଣକ କାମାକ୍ଷାନଗର ଥାନା ମାଳପୁରା ଗାଁର ସୁରେଶ ବିଶ୍ୱାଳ ବୋଲି ସୂଚନା ମିଳିଛି । ସେ ଜାମ୍ମୁ-କାଶ୍ମୀରର ଡୋଡା ସେକ୍ଟରରେ କାର୍ଯ୍ୟରତ ଥିଲେ। ତାଙ୍କ ଆତ୍ମହତ୍ୟା ପାଇଁ ନିଜ ସ୍ତ୍ରୀ, ସାନଭାଇ ଓ ନିଜ ଶ୍ୱଶୁର ଘରକୁ ଦାୟୀ କରିଯାଇଛନ୍ତି ସୁରେଶ ।

ସୂଚନା ଅନୁସାରେ ସୁରେଶ ଆଜିକୁ ପନ୍ଦର ବର୍ଷ ହେବ BSFରେ ଯବାନ ଭାବେ କାର୍ଯ୍ୟ କରି ଆସୁଥିଲେ । ଏବେ ସେ ଜାମ୍ମୁ କାଶ୍ମୀରଠାରେ କାର୍ଯ୍ୟ କରୁଥିଲେ । ୯ ଦିନ ତଳେ ସେ ଘରକୁ ଆସି ଛୁଟି କଟାଇ ଜାମ୍ମୁ କାଶ୍ମୀର ଯାଇଥିଲେ । ହେଲେ ଗତକାଲି ସଂନ୍ଧ୍ୟା ସମୟରେ ଡ୍ୟୁଟିରେ ଥିବାବେଳେ ଡୋଡା ସେକ୍ଟରରେ ଥିବା ସେନା ଶିବିରରୁ ସେ ପ୍ରଥମେ ନିଜ ମା’ଙ୍କୁ ମେସେଜ ପଠାଇଥିଲେ ଏହାପରେ ମା’ଙ୍କ ସହ ଫୋନରେ କଥାହେଉଥିବା ବେଳେ ନିଜ ବନ୍ଧୁକରୁ ଗୁଳି ମାରିଥିଲେ । ଗୁଳିଫୁଟିବା ଶବ୍ଦ ଶୁଣି ତାଙ୍କ ସହକର୍ମୀମାନେ ଶିବିରରେ ପହଞ୍ଚି ସୁରେଶଙ୍କୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଥିବାର ଦେଖି ତୁରନ୍ତ ମେଡିକାଲ ନେଇଥିଲେ । ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଜାମ୍ମୁ କାଶ୍ମୀରରେ ଥିବା ତାଙ୍କ ମାଆଙ୍କୁ ସୂଚନା ଦିଆଯାଇଛି । ଆସନ୍ତାକାଲି ତାଙ୍କ ମରଶରୀର କାମାକ୍ଷାନଗରରେ ପହଞ୍ଚିବା ନେଇ ସୂଚନା ରହିଛି ।

Tags: