୫ ହଜାର ଟଙ୍କାରେ ପୁଅକୁ ବିକ୍ରି

ନିଆଳି : ଅସହ୍ୟ ହେଲା ଦାରିଦ୍ର୍ୟ ତାଡନା । ମା’ର ଶୁଦ୍ଧିକ୍ରିୟା ପାଇଁ ୫ ହଜାର ଟଙ୍କାରେ ନିଜର ଅଢେଇ ବର୍ଷର ପୁଅକୁ ବିକ୍ରି କରିବାକୁ ପଛାଇଲେ ନାହିଁ ବାପା । କଟକ ଜିଲ୍ଲା ନିଆଳିରୁ ଆସିଛି ଏଇଭଳି ସାଙ୍ଘାତିକ ଅଭିଯୋଗ । ନିଆଳି ମୁଣ୍ଡା ସାହିରେ ରହୁଥିବା ସୁକାନ୍ତ ସିଂ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଏଇଭଳି କରିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ,ନିଆଳି ପଞ୍ଚାୟତ ସିନେମା ହଲ ଛକରେ ଭଡା ଘରେ ରହୁଥିବା ସୁକାନ୍ତ ସିଂ […]

Samaya Live Picture
Published On

ନିଆଳି : ଅସହ୍ୟ ହେଲା ଦାରିଦ୍ର୍ୟ ତାଡନା । ମା’ର ଶୁଦ୍ଧିକ୍ରିୟା ପାଇଁ ୫ ହଜାର ଟଙ୍କାରେ ନିଜର ଅଢେଇ ବର୍ଷର ପୁଅକୁ ବିକ୍ରି କରିବାକୁ ପଛାଇଲେ ନାହିଁ ବାପା । କଟକ ଜିଲ୍ଲା ନିଆଳିରୁ ଆସିଛି ଏଇଭଳି ସାଙ୍ଘାତିକ ଅଭିଯୋଗ । ନିଆଳି ମୁଣ୍ଡା ସାହିରେ ରହୁଥିବା ସୁକାନ୍ତ ସିଂ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ଏଇଭଳି କରିଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ,ନିଆଳି ପଞ୍ଚାୟତ ସିନେମା ହଲ ଛକରେ ଭଡା ଘରେ ରହୁଥିବା ସୁକାନ୍ତ ସିଂ ଜଣେ ଦିନ ମଜୁରିଆ । ତାଙ୍କର ୩ ଝିଅ ଓ ୩ ପୁଅ ଥିବାବେଳେ ପୂର୍ବରୁ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଛି । ସାନ ପୁଅକୁ ଅଢେଇ ବର୍ଷ ହୋଇଥିବାବେଳେ କିଛିଦିନ ଆଗରୁ ତାଙ୍କ ମା’ଙ୍କର ମଧ୍ୟ ମୃତ୍ୟୁ ଘଟିଛି । ମା ଆରପାରିକୁ ଚାଲିଗଲା ପରେ ସାନ ପୁଅର ଦାୟିତ୍ୱ କିଏ ନେବ ଏନେଇ ଚିନ୍ତାରେ ଥିଲେ ସୁକାନ୍ତ । ଏହି ସମୟରେ ଜଣେ ଦଲାଲଙ୍କ କଥାରେ ପଡି ସୁକାନ୍ତ ନିଜ ପୁଅକୁ ବିକିଦେଇଥିବା ଅଭିଯୋଗ ହୋଇଛି । ଏନେଇ ନିଆଳି ଅଞ୍ଚଳବାସୀ ତୁରନ୍ତ ସମ୍ପୃତ ପିଲା ଦଲାଲଙ୍କୁ ଗିରଫ କରିବା ସହିତ ପିଲାକୁ ଖୋଜି ଆଣିବାକୁ ସ୍ଥାନୀୟ ପୋଲିସକୁ ନିବେଦନ କରିଛନ୍ତି ।

Tags: