ଦୀଘା ଦାରୁ ବିବାଦ: ରାମକୃଷ୍ଣ ଦାସମହାପାତ୍ରଙ୍କୁ କୈଫୟତ ତଲବ
ପୁରୀ:ଦୀଘା ଦାରୁ ବିବାଦକୁ ନେଇ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍ କରାଯାଇଛି। ବିଭ୍ରାନ୍ତି ସୃଷ୍ଟି, ଶ୍ରୀମନ୍ଦିର ଗରିମା କ୍ଷୁଣ୍ଣ ଅଭିଯୋଗରେ ନୋଟିସ୍ ହୋଇଛି।୭ ଦିନ ଭିତରେ କୈଫିୟତ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଯଦି ସନ୍ତୋଷଜନକ ଉତ୍ତର ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଇଛି।୧୯୫୫ ଶ୍ରୀଜଗନ୍ନାଥ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି।ଏନେଇ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ । ପଶ୍ଚିମବଙ୍ଗ ଦୀଘାରେ କିଛି ଦିନ ତଳେ ଏକ ଭବ୍ୟ ଜଗନ୍ନାଥ […]
ପୁରୀ:ଦୀଘା ଦାରୁ ବିବାଦକୁ ନେଇ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍ କରାଯାଇଛି। ବିଭ୍ରାନ୍ତି ସୃଷ୍ଟି, ଶ୍ରୀମନ୍ଦିର ଗରିମା କ୍ଷୁଣ୍ଣ ଅଭିଯୋଗରେ ନୋଟିସ୍ ହୋଇଛି।୭ ଦିନ ଭିତରେ କୈଫିୟତ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଯଦି ସନ୍ତୋଷଜନକ ଉତ୍ତର ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଇଛି।୧୯୫୫ ଶ୍ରୀଜଗନ୍ନାଥ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି।ଏନେଇ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ ।
ପଶ୍ଚିମବଙ୍ଗ ଦୀଘାରେ କିଛି ଦିନ ତଳେ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମିତ ହୋଇଛି। ଏହାକୁ ଜଗନ୍ନାଥ ଧାମ କୁହାଯିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ନେଇ ଶ୍ରୀମନ୍ଦିର ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରିଥିଲେ। ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିବାରୁ ସେ ଦୀଘା ଯାଇଥିଲେ ବୋଲି କହିଥିଲେ। ଭୁଲ ଜିନିଷ ହେଲେ, ମୁଁ ସେଠାରେ ରହିବି ନାହିଁ। ନିମ୍ବ କାଠରେ ତିଆରି ମୂର୍ତ୍ତି ଦୀଘା ମନ୍ଦିରରେ ପ୍ରତିଷ୍ଠା କରାଯାଇଛି ବୋଲି କହିଥିଲେ ଯାହାକୁ ନେଇ ବିବାଦ ଦେଖା ଦେଇଛି।




