୨୦ ରେ ନାମାଙ୍କନ ଭରିବେ ସ୍ନେହାଙ୍ଗିନୀ

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ । ସମସ୍ତ ଦ୍ୱନ୍ଦ୍ୱ ହଟାଇ ଶେଷରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଗତକାଲି ସନ୍ଧ୍ୟାରେ ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକ ସ୍ନେହାଙ୍ଗିନୀ ଛୁରୀଆଙ୍କୁ ନୂଆପଡା ବିଜେଡି ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ତେବେ ଆସନ୍ତା ୨୦ତାରିଖରେ ନାମାଙ୍କନ ଶେଷ ତାରିଖ ରହିଥିବା ବେଳେ ସେହିଦିନ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆ । ସ୍ନେହାଙ୍ଗିନୀ ପୂର୍ବରୁ ବରଗଡ଼ […]

୨୦ ରେ ନାମାଙ୍କନ ଭରିବେ ସ୍ନେହାଙ୍ଗିନୀ
Samaya Live Picture
Published On

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନକୁ ନେଇ ରାଜନୀତି ସରଗରମ । ସମସ୍ତ ଦ୍ୱନ୍ଦ୍ୱ ହଟାଇ ଶେଷରେ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଗତକାଲି ସନ୍ଧ୍ୟାରେ ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକ ସ୍ନେହାଙ୍ଗିନୀ ଛୁରୀଆଙ୍କୁ ନୂଆପଡା ବିଜେଡି ପ୍ରାର୍ଥୀ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ତେବେ ଆସନ୍ତା ୨୦ତାରିଖରେ ନାମାଙ୍କନ ଶେଷ ତାରିଖ ରହିଥିବା ବେଳେ ସେହିଦିନ ନାମାଙ୍କନ ଦାଖଲ କରିବେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆ ।

ସ୍ନେହାଙ୍ଗିନୀ ପୂର୍ବରୁ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକଟରେ ଦୁଇ ଥର ବିଜୟ ହୋଇ ନବୀନଙ୍କ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିଛନ୍ତି । ଦଳ ଏଥର ଊପନିର୍ବାଚନରେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି । ସ୍ନେହାଙ୍ଗିନୀ ନୂଆପଡାରେ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଦାୟିତ୍ୱ ତୁଲାଥିଲେ । ସବୁଠାରୁ ବଡ କଥା ହେଉଛି ନୂଆପଡା ହେଉଛି ତାଙ୍କ ମୁାମୁଁଙ୍କ ଘର । ଏଠାରେ ସେ ଅନେକ ସମୟ ବିତାଇବା ସହ ଲୋକଙ୍କୁ ଭଲ ଭାବରେ ଜାଣିଛନ୍ତି । ତେବେ ସ୍ନେହାଙ୍ଗିନୀଙ୍କ ପାଇଁ ବିଜେଡ଼ି ସଭାପତି ପ୍ରଚାର ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି କୁହାଯାଉଛି ।

Tags: