ସ୍କୁଲରେ ଛାତ୍ରକୁ ସାପ କାମୁଡିବା ଘଟଣା ,ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ
ପିପିଲି : ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରକୁ ସାପ କାମୁଡିବା ଘଟଣା । ଉକ୍ତ ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କଲେ ବିଇଓ । ସେହିପରି କ୍ଲାସ୍ ଟିଚରଙ୍କୁ ବଦଳି କରାଯାଇଛି । ସୂଚନା ଅନୁସାରେ, ଗତ ସୋମବାର ଦିନ ପୋପୋରଙ୍ଗା ପଂଚାୟତ ସରକାରୀ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ପାଠ ନାସିବାରୁ ଦଣ୍ଡ ଦେଇଥିଲେ ଶ୍ରେଣୀ ଶିକ୍ଷୟିତ୍ରୀ । ଦଣ୍ଡ ସ୍ୱରୂପ ବିଦ୍ୟାଳୟର ଚାଉଳ ଘର ସଫା କରିବାକୁ […]
ପିପିଲି : ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରକୁ ସାପ କାମୁଡିବା ଘଟଣା । ଉକ୍ତ ପ୍ରାଥମିକ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କଲେ ବିଇଓ । ସେହିପରି କ୍ଲାସ୍ ଟିଚରଙ୍କୁ ବଦଳି କରାଯାଇଛି ।
ସୂଚନା ଅନୁସାରେ, ଗତ ସୋମବାର ଦିନ ପୋପୋରଙ୍ଗା ପଂଚାୟତ ସରକାରୀ ବିଦ୍ୟାଳୟର ୪ର୍ଥ ଶ୍ରେଣୀ ଛାତ୍ରଙ୍କୁ ପାଠ ନାସିବାରୁ ଦଣ୍ଡ ଦେଇଥିଲେ ଶ୍ରେଣୀ ଶିକ୍ଷୟିତ୍ରୀ । ଦଣ୍ଡ ସ୍ୱରୂପ ବିଦ୍ୟାଳୟର ଚାଉଳ ଘର ସଫା କରିବାକୁ କହିଥିଲେ । ତେବେ ପିଲାଟି ଚାଉଳ ଘର ସଫା କରୁଥିବାବେଳେ ସେଠାରେ ଏକ ନାଗ ସାପ ପିଲାଟିକୁ କାମୁଡି ଦେଇଥିଲା ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ । ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଶିକ୍ଷାଧିକାରୀ ରବିନାରାୟଣ ନନ୍ଦ ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହିତ କ୍ଲାସ୍ ଟିଚର ଗୀତାଞ୍ଜଳି ରାଉତକୁ ବଦଳି କରିଛନ୍ତି ।




