ନୂଆ ବର୍ଷଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ମନା

ପୁରୀ : ଶ୍ରୀ ମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନେବା ନିଷିଦ୍ଧ I ଏହି ନିୟମ ନୂଆବର୍ଷ ଠାରୁ ଲାଗୁ କରାଯିବ I ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀଙ୍କ ସମେତ ପ୍ରଶାସନିକ କର୍ମଚାରୀ ଉପରେ ଏହି ନିଷେଦ୍ଧାଦେଶ ବଳବତ୍ତର ରହିବ ।ଏନେଇ ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଭିତର ଓ ପରିସର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଶ୍ରୀମନ୍ଦିର […]

Samaya Live Picture
Published On

ପୁରୀ : ଶ୍ରୀ ମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନେବା ନିଷିଦ୍ଧ I ଏହି ନିୟମ ନୂଆବର୍ଷ ଠାରୁ ଲାଗୁ କରାଯିବ I ଶ୍ରୀମନ୍ଦିର ଅଧିକାରୀ, କର୍ମଚାରୀଙ୍କ ସମେତ ପ୍ରଶାସନିକ କର୍ମଚାରୀ ଉପରେ ଏହି ନିଷେଦ୍ଧାଦେଶ ବଳବତ୍ତର ରହିବ ।ଏନେଇ ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ଭିତର ଓ ପରିସର ଫଟୋ ବାରମ୍ବାର ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଆଜି ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି କଟକଣାକୁ ଅନୁମୋଦନ କରାଯିବ।

କେବଳ ଜରୁରୀ ନୀତି ର୍ନିଘଣ୍ଟ ସୂଚନା ଦେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ସ୍ମାର୍ଟ ଫୋନ୍‌ ବ୍ୟବହାର କରି ପାରିବେ। ଅନ୍ୟାନ୍ୟ ପ୍ରାଧିକୃତ ଶ୍ରୀମନ୍ଦିର ଅଧିକାରୀ ଓ ସେବାୟତମାନେ ସାଧାରଣ କିପ୍ୟାଡ ଥିବା ମୋବାଇଲ ବ୍ୟବହାର କରି ପାରିବେ।

ପୂର୍ବରୁ ଭକ୍ତ ମାନେ ଶ୍ରୀମନ୍ଦିରକୁ ମୋବାଇଲ ନେବା ଉପରେ ସମ୍ପୁର୍ଣ୍ଣ କଟକଣା ରହିଛି। କେବଳ ଅଧିକାରୀ ଓ ଅଧିକୃତ ସେବାୟତ ମାନେ ଶ୍ରୀମନ୍ଦିର ଭିତରେ ସ୍ମାର୍ଟ ଫୋନ ବ୍ୟବହାର କରୁଥିଲେ। ଆଜି ଛତିଶା ନିଯୋଗ ବୈଠକରେ ଏନେଇ ବିଚାର ବିମର୍ଶ କରାଯିବା ପରେ ଏଭଳି କଟକଣା ନେଇ ସହମତି ପ୍ରକାଶ ପାଇଛି। ସମ୍ଭବତଃ ଆସନ୍ତା ନୂଆବର୍ଷରୁ ଏହି କଟକଣା ଲାଗୁ କରାଯିବ। ସେହିପରି ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ଯନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ର୍ନିଘଣ୍ଟକୁ ଆଜି ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି।

ଆସନ୍ତା ୧୬ ତାରିଖରୁ ଜାନୁଆରୀ ୧୩ ପର୍ଯ୍ଯନ୍ତ ହେବାକୁ ଥିବା ପହିଲି ଭୋଗ ନୀତିରେ ରାତ୍ର ୨ଟାରୁ ଦ୍ଵାର ଫିଟା କରାଯାଇ ୬ଟା ସୁଦ୍ଧା ପହିଲି ଭୋଗ ନୀତି ସମ୍ପାଦନା ହେବ। ଏହାଛଡା ଆସନ୍ତା ଜାନୁଆରୀ ୬ରେ ମହାପ୍ରଭୁଙ୍କ ପୌଷ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବାକୁ ଥିବା ଦେବାଭିଷେକ ନୀତି ନୀର୍ଘଣ୍ଟ ମଧ୍ୟ ଅନୁମୋଦିତ ହୋଇଛି।

ସେହିପରି ସେବାୟତଙ୍କ ଜମିଜମା ସଂପର୍କିତ ସମସ୍ୟା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ଯାଳୟରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସେବାୟତ ସଦସ୍ଯ, ଛତିଶା ନିଯୋଗର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Tags: