ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ରାଜ୍ୟ ଷଷ୍ଠ ଅର୍ଥ କମିସନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ଅର୍ଥ କମିଶନ । ସୋମବାର ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିିସନର ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ବରେ କମିସନର ଅନ୍ୟ ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିବା ସହିତ ବିଭିନ୍ନ ସୁପାରିଶ ସମ୍ପର୍କରେ ଆଲୋକପାତ କରିଥିଲେ । ଏହା ଅପରାହ୍ଣରେ ରାଜଭବନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍୍ପାଟିଙ୍କୁ ଭେଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ […]

ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ରାଜ୍ୟ ଷଷ୍ଠ ଅର୍ଥ କମିସନ
Samaya Live Picture
Published On

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନ୍ତରୀଣ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ଅର୍ଥ କମିଶନ । ସୋମବାର ଲୋକସେବା ଭବନରେ ଷଷ୍ଠ ରାଜ୍ୟ ଅର୍ଥ କମିିସନର ଅଧ୍ୟକ୍ଷ ଡ. ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ବରେ କମିସନର ଅନ୍ୟ ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିବା ସହିତ ବିଭିନ୍ନ ସୁପାରିଶ ସମ୍ପର୍କରେ ଆଲୋକପାତ କରିଥିଲେ । ଏହା ଅପରାହ୍ଣରେ ରାଜଭବନରେ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍୍ପାଟିଙ୍କୁ ଭେଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ କମିଶନ ।

ସୂଚନାନୁସାରେ, ଷଷ୍ଠ ରାଜ୍ୟ ଅର୍ଥ କମିସନ ଗଠନ କରିଛନ୍ତି ରାଜ୍ୟପାଳ । ଏହି କମିସନ ରାଜ୍ୟ ଏବଂ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରପାଳିକାଗୁଡ଼ିକ ମଧ୍ୟରେ ରାଜ୍ୟ ଦ୍ୱାରା ଆଦାୟ ହେଉଥିବା କର, ଶୁଳ୍କ, ଟୋଲ୍ ଏବଂ ଫି’ ବିତରଣ ଏବଂ ଏପରି ଆୟର ସେମାନଙ୍କ ଅଂଶର ଆବଣ୍ଟନକୁ ନିୟନ୍ତ୍ରଣ କରୁଥିବା ନୀତିଗୁଡ଼ିକୁ ସୁପାରିସ କରିବେ ଓ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରପାଳିକାଗୁଡ଼ିକର ଆର୍ଥିକ ସ୍ଥିତିକୁ ଉନ୍ନତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ସୁପାରିସ କରିବେ। ଏହି ଅନ୍ତରୀଣ ରିପୋର୍ଟକୁ ଷୋଡ଼ଶ ଅର୍ଥ କମିସନଙ୍କ ବିଚାର ନିମନ୍ତେ ପ୍ରେରଣ କରାଯିବ।

Tags: