ମର୍ମନ୍ତୁଦ ସଡକ ଦୁର୍ଘଟଣା ୬ ମୃତ ୩ ଗୁରୁତର

ବରଗଡ଼/ଢେଙ୍କାନାଳ : ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗତ ବିଳମ୍ବିତ ରାତିରେ ବରଗଡ଼ ଭଟଲି ଛକ ଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଏକ କାର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା । ଏଥିରେ ୩ ମୃତକଙ୍କ ମଧ୍ୟରେ ୨ ଜଣ ଏକ ଘରୋଇ କମ୍ପାନୀର କର୍ମଚାରୀ । ଅନ୍ୟ ଜଣେ ବରଗଡ଼ ସହରର ବ୍ୟବସାୟୀ […]

ମର୍ମନ୍ତୁଦ ସଡକ ଦୁର୍ଘଟଣା ୬ ମୃତ ୩ ଗୁରୁତର
Samaya Live Picture
Published On

ବରଗଡ଼/ଢେଙ୍କାନାଳ : ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗତ ବିଳମ୍ବିତ ରାତିରେ ବରଗଡ଼ ଭଟଲି ଛକ ଓଭର ବ୍ରିଜ ଉପରେ ଏହି ଦୁର୍ଘଟଣା ଘଟିଛି । ଏକ କାର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା । ଏଥିରେ ୩ ମୃତକଙ୍କ ମଧ୍ୟରେ ୨ ଜଣ ଏକ ଘରୋଇ କମ୍ପାନୀର କର୍ମଚାରୀ । ଅନ୍ୟ ଜଣେ ବରଗଡ଼ ସହରର ବ୍ୟବସାୟୀ ବୋଲି ସୂଚନା ମିଳିଛି । ଗୁରୁତର ୨ ଜଣ ବରଗଡ଼ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ଘଟଣା ସ୍ଥଳରେ ବରଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ଅନ୍ୟପଟେ,ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗରରେ ଟ୍ରକ ଧକ୍କାରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପତ୍ନୀ ଓ ୨ ପିଲାଙ୍କୁ ବାଇକରେ ନେଇ ବାପା ପୂଜା କରିବା ପାଇଁ ଆସୁଥିବାବେଳେ କାମାକ୍ଷାନଗରର ଓଭରବ୍ରିଜ୍ ଉପରେ ବାଇକକୁ ପଛରୁ ଧକ୍କା ଦେଇଥିଲା ଟ୍ରକ । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମା’ଗୁରୁତର ହୋଇଛନ୍ତି । ୫୩ ନମ୍ବର ଜାତୀୟ ରାଜପଥର ମାଳପୁରା ଓଭରବ୍ରିଜ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁତର ମହିଳାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଫେରାର ମାରିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

Tags: