ମାଲବାହୀ ଟ୍ରେନ୍‌ର ୬ଟି ବଗି ଲାଇନଚ୍ୟୁତ

କୋରାପୁଟ : ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନର ୬ଟି ବଗି । ବିଜୟନଗରମ ସିଗନେଚର ବ୍ରିଜରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ୬ଟି ୱାଗନ୍ ଟ୍ରାକରୁ ଖସି ପଡ଼ିଛି। ଏନେଇ ପୂର୍ବତଟ ରେଳବାଇ ଏକ ବିଜ୍ଞପ୍ତି ଜାରି କରିଛି । ବିଜୟନଗରମ କୋତବଲସା ମଝିରେ ଏହି ଦୁର୍ଘଟଣା ଘଟିଛି । ଫଳରେ ୯ଟି ଯାତ୍ରୀବାହୀ ଟ୍ରେନ୍‌ର ଯାତାୟାତ ପ୍ରଭାବିତ ହୋଇଛି। ଭୁବେନେଶ୍ୱର ବିଶାଖାପାଟଣା ବନ୍ଦେଭାରତ ଏକ୍ସପ୍ରେସ୍‌, ପ୍ରଶାନ୍ତି ଏକ୍ସପ୍ରେସ୍‌, ସାଲିମାର-ଭାସ୍କୋଡାଗାମା, ରାଜାରାଣୀ ଏକ୍ସପ୍ରେସ, ପାଟଣା […]

ମାଲବାହୀ ଟ୍ରେନ୍‌ର ୬ଟି ବଗି ଲାଇନଚ୍ୟୁତ
Samaya Live Picture
Published On

କୋରାପୁଟ : ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନର ୬ଟି ବଗି । ବିଜୟନଗରମ ସିଗନେଚର ବ୍ରିଜରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ୬ଟି ୱାଗନ୍ ଟ୍ରାକରୁ ଖସି ପଡ଼ିଛି। ଏନେଇ ପୂର୍ବତଟ ରେଳବାଇ ଏକ ବିଜ୍ଞପ୍ତି ଜାରି କରିଛି । ବିଜୟନଗରମ କୋତବଲସା ମଝିରେ ଏହି ଦୁର୍ଘଟଣା ଘଟିଛି । ଫଳରେ ୯ଟି ଯାତ୍ରୀବାହୀ ଟ୍ରେନ୍‌ର ଯାତାୟାତ ପ୍ରଭାବିତ ହୋଇଛି।

ଭୁବେନେଶ୍ୱର ବିଶାଖାପାଟଣା ବନ୍ଦେଭାରତ ଏକ୍ସପ୍ରେସ୍‌, ପ୍ରଶାନ୍ତି ଏକ୍ସପ୍ରେସ୍‌, ସାଲିମାର-ଭାସ୍କୋଡାଗାମା, ରାଜାରାଣୀ ଏକ୍ସପ୍ରେସ, ପାଟଣା ଏରନାକୁଲମ ଏକ୍ସପ୍ରେସ, ହାଓ୍ବ୍‌ଡା-ଚେନ୍ନାଇ ଏକ୍ସପ୍ରେସ, ଭୁବନେଶ୍ୱର ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍‌,ଆଦି ଯାତ୍ରୀବାହୀ ଟ୍ରେନଗୁଡ଼ିକ ପ୍ରଭାବିତ ହୋଇଛି।

ଅପରପକ୍ଷରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଶୀଘ୍ର ସେକ୍ସନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରାଯାଉଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Tags: