ବିଧାନସଭାରେ ଆପାର୍ଟମେଣ୍ଟ ବିଲ ସମେତ ୬ଟି ବିଲ ଗୃହୀତ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ସମେତ ୬ଟି ବିଲ୍ ପାରିତ ହୋଇଛି । ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ବ୍ୟତୀତ ଅନ୍ୟ ବିଲ ଗୁଡିକ ହେଲା ପଦ ଓ ସେବା ସଂରକ୍ଷଣ ବିଲ୍‌, ଓଡ଼ିଶା ଚକବନ୍ଦୀ ବିଲ୍‌, ଓଡ଼ିଶା ଓବିସି କମିସନ ସଂଶୋଧନ ବିଲ୍‌, ଦ୍ରବ୍ୟ ଓ ସେବା କର ବିଲ୍‌ ଏବଂ ପୌର ବିଧି ସଂଶୋଧନ ବିଲ୍। ଓଡ଼ିଶାରେ ଆପାର୍ଟମେଣ୍ଟ କିଣାବିକା ଓ ମାଲିକାନା ବ୍ୟବସ୍ଥାକୁ ଆଇନଗତ […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ସମେତ ୬ଟି ବିଲ୍ ପାରିତ ହୋଇଛି । ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ବ୍ୟତୀତ ଅନ୍ୟ ବିଲ ଗୁଡିକ ହେଲା ପଦ ଓ ସେବା ସଂରକ୍ଷଣ ବିଲ୍‌, ଓଡ଼ିଶା ଚକବନ୍ଦୀ ବିଲ୍‌, ଓଡ଼ିଶା ଓବିସି କମିସନ ସଂଶୋଧନ ବିଲ୍‌, ଦ୍ରବ୍ୟ ଓ ସେବା କର ବିଲ୍‌ ଏବଂ ପୌର ବିଧି ସଂଶୋଧନ ବିଲ୍।

ଓଡ଼ିଶାରେ ଆପାର୍ଟମେଣ୍ଟ କିଣାବିକା ଓ ମାଲିକାନା ବ୍ୟବସ୍ଥାକୁ ଆଇନଗତ ବାଟ ଦେଖାଇବାକୁ ରାଜ୍ୟ ସରକାର ପ୍ରଚଳନ କରିଥିଲେ ‘ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ ୧୯୮୨’। ଏହା ୧ ମେ’ ୧୯୮୪ ମସିହାରୁ ଲାଗୁ ହୋଇଥିଲା। ଏହି ମୂଳ ଆଇନକୁ ଆଧାର କରି ପରବର୍ତ୍ତୀ ସମୟରେ ‘ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ରୁଲ୍‌ସ ୧୯୯୨’, ‘ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ (ଆମେଣ୍ଡମେଣ୍ଟ) ଆକ୍ଟ ୨୦୧୫’ ଏବଂ ‘ରିୟଲ ଇଷ୍ଟେଟ(ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ) ଆକ୍ଟ ୨୦୧୬’ ଅଣାଯାଇଥିଲା। ଆଇନ ହେବା ପରେ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ । ଆପାର୍ଟମେଣ୍ଟରେ ସାଧାରଣ କ୍ଷେତ୍ରର ବ୍ୟବହାରକୁ ନିୟନ୍ତ୍ରଣ ହେବ ।

ସାଧାରଣ ବ୍ୟୟ ପାଇଁ ଆବଣ୍ଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି ହେବ । ରିଅଲ୍ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଅଧିନିୟମର ବ୍ୟବସ୍ଥା ଅନୁରୁପ ଆବଣ୍ଟନଗ୍ରାହୀମାନଙ୍କ ସଂଘ ନାମରେ ସାଧାରଣ କ୍ଷେତ୍ରର ପଞ୍ଜୀକରଣ ସମ୍ବନ୍ଧୀୟ ଆବଶ୍ୟକୀୟ ବ୍ୟବସ୍ଥା ହେବ ।

ଆବଣ୍ଟନଗ୍ରାହୀଙ୍କ ସଂଘକୁ ଦକ୍ଷ ପ୍ରାଧିକରଣଙ୍କ ନିକଟରେ ପଞ୍ଜୀକରଣ କରି ଏହାର ପରିଚାଳନା ନିମନ୍ତେ ବିଭିନ୍ନ ସର୍ତ୍ତାବଳୀ ପାଇଁ ଉପ-ବିଧି ଦ୍ୱାରା ଏକକ ବ୍ୟବସ୍ଥା କରାଯିବ । ପୃଷ୍ଠପୋଷକଙ୍କ ଦାୟିତ୍ୱକୁ ସ୍ପଷ୍ଟ ଭାବରେ ନିର୍ଦ୍ଧାରଣ କରାଯିବ ।

Tags: