ଶୀତଳ ଷଷ୍ଠୀ
ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ପାଳିତ ହେଉଥିବା ମା' ପାର୍ବତୀ ଓ ମହାଦବଙ୍କର ବିବାହ ଉତ୍ସବର ପରଦିନକୁ ଶୀତଳଷଷ୍ଠୀ ଯାତ୍ରା ଭାବେ ପାଳନ କରାଯାଏ । ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁଙ୍କର ମଧ୍ୟ ବିବାହ ଅନୁଷ୍ଠିତ ହୋଇଥାଏ । ଏହି ଦିନ ରାଜ୍ୟର ସମସ୍ତ ଶୈବପୀଠରେ ଶୀତଳଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ବିମାନରେ ବସି ଶିବ ଓ ପାର୍ବତୀ ନଗରଯାତ୍ରା କରିଥାଆନ୍ତି । ଶୀତଳଷ୍ଠୀ ଯାତ୍ରାକୁ ନେଇ ମଧ୍ୟ କିମ୍ବଦନ୍ତୀ ରହିଛି । ଏହି ଦିନ ଶିବ ଓ ପାର୍ବତୀଙ୍କର ପୂର୍ନ ମିଳନ ହୋଇଥିଲା । ପୂର୍ବରୁ ପାର୍ବତୀ ମାତା ସତୀଙ୍କ ରୂପରେ ଶିବଙ୍କର ଅର୍ଦ୍ଧାଙ୍ଗିନୀ ସାଜିଥିଲେ । ଏହି ଦିନ ବିଭିନ୍ନ ଶୈବପୀଠ ଯେପରି ଲିଙ୍ଗରାଜ, ଲୋକନାଥ ଆଦି ମନ୍ଦିରରେ ଶ୍ରଦ୍ଧାଳୁଙ୍କର ଭିଡ ଜମିଥାଏ । ସମସ୍ତେ ଏହି ପର୍ବକୁ ବେଶ୍ ଶ୍ରଦ୍ଧାର ସହିତ ପାଳନ କରିଥାଆନ୍ତି । ଏହାକୁ ସମ୍ବଲପୁରରେ ବେଶି ଧୁମଧାମରେ ପାଳନ କରାଯାଇଥାଏ । ଅନେକ ଦିନ ଧରି ଶୀତଳଷଷ୍ଠୀର ପ୍ରସ୍ତୁତି ଏଠାରେ ଆରମ୍ଭ ହୋଇଥାଏ । ସମ୍ପୂର୍ଣ୍ଣ ମାନବୀୟ ଢଙ୍ଗରେ ଓ ରୀତିନୀତିରେ ଏହାକୁ ସମ୍ବଲପୁରରେ ପାଳନ କରାଯାଇଥାଏ ।




