ସମ୍ପନ୍ନ ହେଲା ପତରପେଣ୍ଡି ,ଆଜି ଦେବ ନିମନ୍ତ୍ରଣ
ସମ୍ବତ୍ସଲପୁର : ଶିତଳଷଷ୍ଠୀ ପାଇଁ ଉତ୍ସବ ମୁଖର ହୋଇଉଠିଛି ସମ୍ବଲପୁର ସହର। ଦେବ ଦମ୍ପତିଙ୍କ ବିବାହ ପୂର୍ବରୁ ଗତକାଲି ରାତିରେ ଅନୁଷ୍ଠିତ ହୋଇଯାଇଛି ଦେବ ନିର୍ବନ୍ଧକାର୍ଯ୍ୟ ପତରପେଣ୍ଡି। ପରମ୍ପରା ଅନୁସାରେ ନନ୍ଦପଡ଼ାର ବାଲୁଙ୍କେଶ୍ଵର ବାବାଙ୍କର ମନ୍ଦିରରୁ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ବାହାରିଥିଲା। ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଦୁଲୁକି ଉଠିଥିଲା ସାରା ସହର I ବିରାଟ ରୋଷଣୀରେ ବାଜା,ବାଣ ଓ ଲୋକ ନୃତ୍ୟସହ ସପ୍ତଋଷି ପଣ୍ଡିତ ମଣ୍ଡଳୀଙ୍କ ସହ ବର ପିତା କନ୍ୟା ଅନ୍ୱେଷଣରେ ବାହାରିଥିଲେ। ଶେଷରେ ଦେବୀ ପାର୍ବତୀଙ୍କ […]
ସମ୍ବତ୍ସଲପୁର : ଶିତଳଷଷ୍ଠୀ ପାଇଁ ଉତ୍ସବ ମୁଖର ହୋଇଉଠିଛି ସମ୍ବଲପୁର ସହର। ଦେବ ଦମ୍ପତିଙ୍କ ବିବାହ ପୂର୍ବରୁ ଗତକାଲି ରାତିରେ ଅନୁଷ୍ଠିତ ହୋଇଯାଇଛି ଦେବ ନିର୍ବନ୍ଧକାର୍ଯ୍ୟ ପତରପେଣ୍ଡି। ପରମ୍ପରା ଅନୁସାରେ ନନ୍ଦପଡ଼ାର ବାଲୁଙ୍କେଶ୍ଵର ବାବାଙ୍କର ମନ୍ଦିରରୁ କନ୍ୟା ଅନ୍ୱେଷଣ ଶୋଭାଯାତ୍ରା ବାହାରିଥିଲା। ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଦୁଲୁକି ଉଠିଥିଲା ସାରା ସହର I
ବିରାଟ ରୋଷଣୀରେ ବାଜା,ବାଣ ଓ ଲୋକ ନୃତ୍ୟସହ ସପ୍ତଋଷି ପଣ୍ଡିତ ମଣ୍ଡଳୀଙ୍କ ସହ ବର ପିତା କନ୍ୟା ଅନ୍ୱେଷଣରେ ବାହାରିଥିଲେ। ଶେଷରେ ଦେବୀ ପାର୍ବତୀଙ୍କ ପିତାଙ୍କ ଘରେ ପହଞ୍ଚିଥିଲେ।

ଗୁରୁବାର ସନ୍ଧ୍ୟାରେ ନନ୍ଦପଡ଼ାର ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ପତ୍ରପେଣ୍ଡି ପାଇଁ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା I ବରପିତା ରାମଚରଣ ମିଶ୍ର ମହାଦେବଙ୍କ ଠାରେ ଆଳତି କରିଥିଲେ I ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର ଏବଂ ବିବାହ ପୂଜକ ଶଶାଙ୍କ ଶେଖର ମିଶ୍ର ପୌରାହିତ୍ୟ କରିଥିଲେ I ଏହାପରେ ଏକ ସୁସଜ୍ଜିତ ରଥ ବା ପାଲିଙ୍କିରେ କନ୍ୟା ଘର ଅଭିମୁଖେ ବାହାରିଥିଲେ ବରପିତା ରାମଚରଣ ମିଶ୍ର ତାଙ୍କ ସହ ଥିଲେ ସପ୍ତ ଋଷି I ବିଧି ଅନୁସାରେ ଚାରଭାଟି ସ୍ଥିତ କନ୍ୟା ଘରେ ପହଁଚି କନ୍ୟା ପିତା ସୁମନ୍ତ ମିଶ୍ର ଏବଂ ମାତା ନୀତିପ୍ରିୟା ଦେବୀଙ୍କୁ କନ୍ୟା ପାର୍ବତୀଙ୍କ ସମ୍ପର୍କରେ ଜିଜ୍ଞାସା କରିବା ସହ ମହାଦେବଙ୍କ ଗୁଣକୀର୍ତ୍ତନ ପୂର୍ବକ ଦେବୀ ପାର୍ବତୀଙ୍କ ସହ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଶେଷରେ ଉଭୟ ପକ୍ଷ ବିବାହ ପାଇଁ ସହମତ ହେବା ପରେ, ସର୍ଗି ପତ୍ର ବିଡା ଦେଇ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି । ଆଜି ହେବ ଦେବ ନିମନ୍ତ୍ରଣ।




