ବିସ୍ଫୋରକ ଜବତ ଘଟଣାରେ ନିକିତା ଅଗ୍ରୱାଲଙ୍କୁ ଏସଆଇଟି ଜେରା
ରାଉରକେଲା : ରାଉରକେଲାରେ ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ୨ଟି ବିସ୍ଫୋରକ ଭର୍ତ୍ତି ଭ୍ୟାନ ଜବତ ଘଟଣା । ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଜେରା କରୁଛି ଏସଆଇଟି । ରାଉରକେଲା ରଘୁନାଥପାଲି ଥାନାରେ ନିକିତାଙ୍କୁ ପୁଲିସ ଓ ଏସଆଇଟି ଟିମ୍ ପଚରାଉଚରା କରୁଛନ୍ତି । ନିକିତା ଅଗ୍ରୱାଲଙ୍କ ନାଁରେ ରହିଛି ଗୋଟିଏ ବାରୁଦ ଗୋଦାମ । ପୂର୍ବରୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ଭ୍ୟାନ ଡ୍ରାଇଭର ଏବଂ ମାଲିକ ଶ୍ରବଣ […]
ରାଉରକେଲା : ରାଉରକେଲାରେ ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ୨ଟି ବିସ୍ଫୋରକ ଭର୍ତ୍ତି ଭ୍ୟାନ ଜବତ ଘଟଣା । ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଜେରା କରୁଛି ଏସଆଇଟି । ରାଉରକେଲା ରଘୁନାଥପାଲି ଥାନାରେ ନିକିତାଙ୍କୁ ପୁଲିସ ଓ ଏସଆଇଟି ଟିମ୍ ପଚରାଉଚରା କରୁଛନ୍ତି । ନିକିତା ଅଗ୍ରୱାଲଙ୍କ ନାଁରେ ରହିଛି ଗୋଟିଏ ବାରୁଦ ଗୋଦାମ । ପୂର୍ବରୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ଭ୍ୟାନ ଡ୍ରାଇଭର ଏବଂ ମାଲିକ ଶ୍ରବଣ ଅଗ୍ରୱାଲ । ଗୋଟିଏ ଭ୍ୟାନର ଟ୍ରାନଜିଟ ପରମିଟ ନଥିବା ବେଳେ ଆଉ ଗୋଟିଏର ବନ୍ଦ ପଡିଥିବା ଶୁଭମ୍ ଏଗ୍ରିଗେଟ ନାମରେ ଜାଲ ଡକ୍ୟୁମେଣ୍ଟରେ ଏକ୍ସପ୍ଲୋସିଭ ଚାଲାଣ କରୁଥିବା ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ଏସଆଇଟି ଅଧକ୍ଷ ହରେକୃଷ୍ଣ ମାଝି ।
ସୂଚନାନୁସାରେ,ଶ୍ରବଣ ଅଗ୍ରୱାଲଙ୍କ ନାମରେ ମେସର୍ସ ଗର୍ଗ ବ୍ଲାଷ୍ଟ ସର୍ଭିସ୍ ର ଦୁଇଟି ଓ ପତ୍ନୀ ନିକିତା ଅଗ୍ରୱାଲଙ୍କ ନିକିତା ଏଣ୍ଟରପ୍ରାଇଜେସ୍ ନାମରେ ଦୁଇଟି ଏକ୍ସପ୍ଲୋସିଭ ଗୋଦାମ ରହିଛି । କାହା ଗୋଦାମରୁ କେତେ ବିସ୍ଫୋରକ ସାମଗ୍ରୀ କୁଆଡେ ଯାଉଥିଲା ତା’ର ତଦନ୍ତ କରୁଛି ଏସଆଇଟି ଟିମ୍ । ଏହି ମାମଲାରେ ନିକିତା ଅଗ୍ରୱାଲଙ୍କୁ ଗୋଦାମର ଷ୍ଟକ୍ ଓ ବିସ୍ଫୋରକ ସାମଗ୍ରୀ କେଉଁ ଆଡେ ଯାଉଥିଲା ସେ ସବୁ ସମ୍ପର୍କରେ ଜେରା କରୁଛି ଏସଆଇଟି ।




