କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍

କଟକ : ଯୌନଶୋଷଣ ମାମଲାରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ସୌରିନଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପଦକ୍ଷେପ ଗ୍ରହଣ କଲା କମିଶନରଟ ପୋଲିସ । କୋଲକାତାର ଦୁଇଟି ୨ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ଲେଖିଲା ଚିଠି । ତାଙ୍କ ସହ ଜଡ଼ିତ ଅନ୍ୟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯିବ। ଗତକାଲି ସୌରିନଙ୍କ ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ନୋଟିସ୍ । ଯୌନ ଶୋଷଣ ମାମଲାର ତଦନ୍ତରେ ସହଯୋଗ ପାଇଁ ଏହି […]

Samaya Live Picture
Published On

କଟକ : ଯୌନଶୋଷଣ ମାମଲାରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ସୌରିନଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ପଦକ୍ଷେପ ଗ୍ରହଣ କଲା କମିଶନରଟ ପୋଲିସ । କୋଲକାତାର ଦୁଇଟି ୨ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ପାଇଁ ଲେଖିଲା ଚିଠି । ତାଙ୍କ ସହ ଜଡ଼ିତ ଅନ୍ୟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍ କରାଯିବ। ଗତକାଲି ସୌରିନଙ୍କ ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ନୋଟିସ୍ । ଯୌନ ଶୋଷଣ ମାମଲାର ତଦନ୍ତରେ ସହଯୋଗ ପାଇଁ ଏହି ନୋଟିସ ଜାରି କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଜୋନ୍ ୨ ଏସିପି।

ସୂଚନାନୁସାରେ, ଗାୟିକା କରାଇଦେବା ତଥା ବିବାହର ପ୍ରତିଶୃତି ଦେଇ କଟକ ଜଗତପୁରର ଜଣେ ଯୁବତୀଙ୍କ ସହିତ ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କରେ ଥିଲେ ସୌରୀନ I ଏହି ସମୟରେ ସେ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ ବୋଲି ପ୍ରଥମେ ଜଗତପୁର ଓ ପରେ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ ଯୁବତୀ I ତେବେ ଗତ ଅଗଷ୍ଟ ୭ରେ ସୌରୀନ କଟକ ମହିଳା ଥାନାରେ ହାଜର ହୋଇଥିଲେ । ଏହା ପୂର୍ବରୁ ସେ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଥିଲେ । ଏହି ଆବେଦନ ଉପରେ ତାଙ୍କୁ କୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ । ଏହି ମାମଲାର ଶୁଣାଣି କରି ଗତ ୩୦ ତାରିଖରେ ହାଇକୋର୍ଟ ତାଙ୍କ ଆବେଦନ ଖାରଜ କରିଥିଲେ । ଫଳରେ ପୁଲିସ ତାଙ୍କୁ ଯେକୌଣସି ସମୟରେ ଗିରଫ କରିବାର ଆଶଙ୍କା ସୃଷ୍ଟି ହୋଇଥିଲା । ଏଥିପାଇଁ ଗତ ଗୁରୁବାର ଏକ ଟିମ୍‌ କୋଲକାତା ଯାଇଥିଲା । ସେଠାରେ ତାଙ୍କ ପୈତୃକ ଘର ଓ ଦୁଇ ଜଣ ସାଙ୍ଗଙ୍କ ଘରେ ପୁଲିସ ଟିମ୍‌ ଚଢ଼ଉ କରିଥିଲା । ମାତ୍ର ସୌରିନ୍‌ଙ୍କର କୌଣସି ଖୋଜ୍‌ଖବର ମିଳିନଥିଲା । ଫଳରେ ଦ୍ୱିତୀୟ ଥର ପାଇଁ ଥାନାରେ ହାଜର ହେବାକୁ ପୁଲିସ ତାଙ୍କୁ ନୋଟିସ୍‌ କରିଥିଲା ।

କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସୌରୀନ ଫେରାର୍‌ ଥିବାରୁ ତାଙ୍କ ନାଁରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି କଟକ କମିସନ୍‌ରେଟ୍‌ ପୁଲିସ । ଫଳରେ ଦେଶ ତମାମ୍‌ ସବୁ ଏୟାରପୋର୍ଟ, ପୋର୍ଟ ଓ ବିଭିନ୍ନ ସୀମାରେ ଥିବା ଚେକ୍‌ପୋଷ୍ଟରେ ସୌରିନ୍‌ ନାଁରେ ଆଲର୍ଟ ଜାରି ହୋଇଛି । ସୌରିନ୍‌ ଦେଶଛାଡ଼ି ଫେରାର ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି କ୍ରାଇମ୍‌ବ୍ରାଞ୍ଚ ସହଯୋଗରେ କଟକ ପୁଲିସ ନୋଟିସ୍‌ ଜାରି କରିଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।

Tags: