ସିନ୍ଧେକେଲାରେ ବ୍ୟାପୁଛି ଝାଡ଼ାବାନ୍ତି

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାରେ ବ୍ୟାପୁଛି ଝାଡ଼ାବାନ୍ତି I ଏପର୍ଯ୍ୟନ୍ତ ଝାଡ଼ାବାନ୍ତିରେ ୬୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୧୨ ଜଣ ଡାକ୍ତରଖାନାରେ ଆଡ଼ମିଶନ ହୋଇଛନ୍ତି ଏବଂ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସିନ୍ଧେକେଲା ନିତବର୍ତ୍ତୀ ଗାଁରେ ମଧ୍ୟ ୩ ଜଣ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଝାଡ଼ାବାନ୍ତିକୁ ନିୟନ୍ତ୍ରଣରେ ରଖିବାକୁ ଭୁବନେଶ୍ବରରୁ ସ୍ବତନ୍ତ୍ର ଡାକ୍ତରୀ ଦଳ ମଧ୍ୟ […]

Samaya Live Picture
Published On

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲାରେ ବ୍ୟାପୁଛି ଝାଡ଼ାବାନ୍ତି I ଏପର୍ଯ୍ୟନ୍ତ ଝାଡ଼ାବାନ୍ତିରେ ୬୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୧୨ ଜଣ ଡାକ୍ତରଖାନାରେ ଆଡ଼ମିଶନ ହୋଇଛନ୍ତି ଏବଂ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସିନ୍ଧେକେଲା ନିତବର୍ତ୍ତୀ ଗାଁରେ ମଧ୍ୟ ୩ ଜଣ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଝାଡ଼ାବାନ୍ତିକୁ ନିୟନ୍ତ୍ରଣରେ ରଖିବାକୁ ଭୁବନେଶ୍ବରରୁ ସ୍ବତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ସିନ୍ଧେକେଲାରେ ପହଞ୍ଚିଛନ୍ତି। ବଲାଙ୍ଗୀରର ୩ ଜଣିଆ ଡାକ୍ତରୀ ଦଳ ସ୍ଥିତି ଅନୁଧ୍ୟାନ କରିବା ସହିତ ଚିକିତ୍ସା କରୁଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି I

ସଂକ୍ରମଣ କାରଣ ଜାଣିବା ପାଇଁ ନିକଟସ୍ଥ ବିଭିନ୍ନ ଉତ୍ସରୁ ପାଣି ପରୀକ୍ଷା କରାଯାଇଛି । ଝାଡ଼ା ନମୁନା ପରୀକ୍ଷା କରାଯାଉଛି । ୨ଟି ମୋବାଇଲ ଡାକ୍ତରୀ ଟିମ ନିୟୋଜନ ହୋଇଛନ୍ତି । ଭୀମଭୋଇ ମେଡିକାଲ କଲେଜରୁ ୩ ଜଣ ବିଶେଷଜ୍ଞ ଡ଼ାକ୍ତରଙ୍କୁ ଘଟଣା ସ୍ଥଳକୁ ପଠାଯାଇଛି ।

Tags: