ଶିକାର କଲା ବାଘୁଣୀ ଜିନ୍ନତ: ଖୁବ ଶୀଘ୍ର କୋର ଅଂଚଳରେ ବାଘୁଣୀକୁ ଛଡାଯିବ
ମୟୁରଭଞ୍ଜ:ଶିମିଳିପାଳରେ ନୂଆ ବାଘୁଣୀ ଜିନ୍ନତ୍ ଶିକାର କରି ଖାଇଲା ବାରହା।ଗତକାଲି ରାତି ୧୦ଟା ସମୟରେ କରିଛି ପ୍ରଥମ ଶିକାର। ଏବେ ଶୀଘ୍ର ହିଁ ଛଡା ଯିବ କୋର ଅଞ୍ଚଳରେ।ଏହି ସୂଚନା ଦେଲେ RCCF।ବାଘୁଣୀ ଜିନ୍ନତ ହେଉଛି ଦ୍ୱିତୀୟ ବାଘୁଣୀ ଯାହାକୁ ମହାରାଷ୍ଟ୍ର ତଡ଼ବା ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିଲା।ଯମୁନା ପରେ ଜିନ୍ନତ ହେଉଛି ଦ୍ୱିତୀୟ ବାଘୁଣୀ ଯାହାକୁ ବର୍ତ୍ତମାନ ଶିମିଳିପାଳ ଏନକ୍ଲୋଜରରେ ରଖାଯାଇଛି।ଜିନ୍ନତ ପରିବେଶ ସହିତ ଖାପ ଖୁଆଇ ପାରୁଛି।ଏବେ ସେ ବାରହା ଶିକାର କରି ଖାଇଛି ବୋଲି […]
ମୟୁରଭଞ୍ଜ:ଶିମିଳିପାଳରେ ନୂଆ ବାଘୁଣୀ ଜିନ୍ନତ୍ ଶିକାର କରି ଖାଇଲା ବାରହା।ଗତକାଲି ରାତି ୧୦ଟା ସମୟରେ କରିଛି ପ୍ରଥମ ଶିକାର। ଏବେ ଶୀଘ୍ର ହିଁ ଛଡା ଯିବ କୋର ଅଞ୍ଚଳରେ।ଏହି ସୂଚନା ଦେଲେ RCCF।ବାଘୁଣୀ ଜିନ୍ନତ ହେଉଛି ଦ୍ୱିତୀୟ ବାଘୁଣୀ ଯାହାକୁ ମହାରାଷ୍ଟ୍ର ତଡ଼ବା ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିଲା।ଯମୁନା ପରେ ଜିନ୍ନତ ହେଉଛି ଦ୍ୱିତୀୟ ବାଘୁଣୀ ଯାହାକୁ ବର୍ତ୍ତମାନ ଶିମିଳିପାଳ ଏନକ୍ଲୋଜରରେ ରଖାଯାଇଛି।ଜିନ୍ନତ ପରିବେଶ ସହିତ ଖାପ ଖୁଆଇ ପାରୁଛି।ଏବେ ସେ ବାରହା ଶିକାର କରି ଖାଇଛି ବୋଲି ଆରସିସିଏଫ କହିଛନ୍ତି।
ଶିମିଳିପାଳରେ କଳାବାଘ ସଂଖ୍ୟା ବଢୁଥିବାରୁ ତାହା ମହାବଳ ବାଘଙ୍କ ବଂଶ ବୃଦ୍ଧି ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି।ତେଣୁ ବାଘଙ୍କୁ ଡ଼ାଇଭରସିଟି ଜେନେଟିକ୍ସକୁ ହ୍ରାସ କରିବା ପାଇଁ ଦୁଇଟି ବାଘୁଣୀ ଶିମିଳିପାଳକୁ ଅଣାଯାଇଛି। ପ୍ରଥମେ ବାଘୁଣୀ ଯମୁନାକୁ ଶିମିଳିପାଳକୁ ଅଣାଯାଇଛି।ଯମୁନା ଏନକ୍ଲୋଜରରେ ରହିବା ପରେ ତାକୁ ଜଙ୍ଗଲରେ ଛଡ଼ା ଯାଇଛି।ଯମୁନା ଠାରେ ରେଡ଼ିଓ କଲାର ଲାଗିଛି, ତାର ଗତିବିଧି ଉପରେ ନଜର ରଖା ଯାଇଛି। ଏବେ ବାଘୁଣୀ ଜିନ୍ନତ ସଫ୍ଟ ଏନକ୍ଲୋଜର ଭିତରେ ରହିଛି।




