ସିକ୍କିମ ଦୁର୍ଘଟଣା,ପରିବାର ସହ ଯାଜପୁରର ବିଜେପି ନେତ୍ରୀ ନିଖୋଜ

ଭୁବନେଶ୍ୱର: ସିକ୍କିମରେ ପର୍ଯ୍ୟଟକଙ୍କ ବସ ଦୁର୍ଘଟଣା । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ନିଖୋଜ ଅଛନ୍ତି। ନିଖୋଜମାନେ ପଶ୍ଚିମବଙ୍ଗ ଓ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ଓଡ଼ିଶାରୁ ସମୁଦାୟ ୪ ଜଣ ନିଖୋଜ ଥିବା ଜଣା ପଡିଛି । ତିସ୍ତା ନଦୀ ଉପରେ ୧୦୦୦ ଫୁଟ ତଳକୁ ପର୍ଯ୍ୟଟକ ବସ୍ ଖସି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସୂଚନାନୁସାରେ,ଗୁରୁବାର ସନ୍ଧ୍ୟା ୭ଟାରୁ ରାତି ୮ଟା ମଧ୍ୟରେ ଉତ୍ତର ସିକ୍କିମର […]

ସିକ୍କିମ ଦୁର୍ଘଟଣା,ପରିବାର ସହ ଯାଜପୁରର ବିଜେପି ନେତ୍ରୀ ନିଖୋଜ
Samaya Live Picture
Published On

ଭୁବନେଶ୍ୱର: ସିକ୍କିମରେ ପର୍ଯ୍ୟଟକଙ୍କ ବସ ଦୁର୍ଘଟଣା । ଏହି ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଜଣ ନିଖୋଜ ଅଛନ୍ତି। ନିଖୋଜମାନେ ପଶ୍ଚିମବଙ୍ଗ ଓ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ଓଡ଼ିଶାରୁ ସମୁଦାୟ ୪ ଜଣ ନିଖୋଜ ଥିବା ଜଣା ପଡିଛି । ତିସ୍ତା ନଦୀ ଉପରେ ୧୦୦୦ ଫୁଟ ତଳକୁ ପର୍ଯ୍ୟଟକ ବସ୍ ଖସି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

ସୂଚନାନୁସାରେ,ଗୁରୁବାର ସନ୍ଧ୍ୟା ୭ଟାରୁ ରାତି ୮ଟା ମଧ୍ୟରେ ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ ଏବଂ ମୁନସିଥାଙ୍ଗ ମଧ୍ୟରେ ଥିବା ତିସ୍ତା ନଦୀ ଉପରେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ୧୦ ଜଣ ପର୍ଯ୍ୟଟକ ଏବଂ ଡ୍ରାଇଭରଙ୍କୁ ନେଇ ଏକ ଗାଡ଼ି ଗୁରୁଡୋଙ୍ଗମାରରୁ ଗ୍ୟାଙ୍ଗଟକ୍ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ୧୧ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଏହି ଦୁର୍ଘଟଣାରେ ଯାଜପୁର ରୋଡ଼ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କ ପରିବାର ରହିଥିବା ସୂଚନା ମିଳିଛି। ଗୁରୁବାର ରାତିରେ ଗ୍ୟାଙ୍ଗଟକ୍‌କୁ ଫେରିବା ବେଳେ ଏହି ପରିବାର ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନେ ଯାତ୍ରା କରୁଥିବା ଗାଡିଟି ପାହାଡ଼ ଉପରୁ ଖସିପଡ଼ିଥିଲା। ଗାଡି ଭିତରୁ ଇତିଶ୍ରୀଙ୍କ ସାନପୁଅ ଏବଂ ଅଜିତଙ୍କ ପୁଅ ଛିଟିକି ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। କିନ୍ତୁ ଆଉ ୪ଜଣଙ୍କୁ ଏବେ ସୁଦ୍ଧା ଠାବ କରାଯାଇପାରୁନି। ପାହାଡ଼ ତଳେ ଏକ ନଦୀ ଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖା ଦେଇଛି। ଉଦ୍ଧାର ହୋଇଥିବା ଦୁଇଜଣ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ଆଉ ଏକ ଗାଡ଼ିରେ ଥିବା ଇତିଶ୍ରୀଙ୍କ ସମ୍ପର୍କୀୟ ଦୁର୍ଘଟଣା ସ୍ଥାନରେ ଉପସ୍ଥିତ ଥିବା ଜଣାପଡିଛି।

ଆଜି ସକାଳେ ଏହି ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ବସ୍‌ରେ ଓଡ଼ିଶାର ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଓଡ଼ିଶା ଯାତ୍ରୀମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହିତ ଓଡ଼ିଶାରୁ ଅଧିକାରୀମାନଙ୍କ ଏକ ସ୍ବତନ୍ତ୍ର ଟିମ୍ ଏହାର ସୁପରିଚାଳନା ପାଇଁ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Tags: