ଟ୍ରେନରେ କଟି ସିଗ୍ନାଲ ଜେଇଙ୍କ ମୃତ୍ୟୁ

ନୂଆପଡା : ରେଳ ଲାଇନ ପାର ହେଉଥିବାବେଳେ,ରେଳ ଧାରଣାରେ ଫସିଗଲା ଗୋଡ଼ I ଟ୍ରେନ ଧକ୍କାରେ ସିଗ୍ନାଲ ଜେଇଙ୍କ ମୃତ୍ୟୁ I ନୂଆପଡ଼ା ରେଳଷ୍ଟସନର ରେଳ ସିଗନାଲ୍ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ସିଗନାଲ୍ ମରାମତି ପାଇଁ ଲଖନା ରେଳ ଷ୍ଟେସନକୁ ଯାଇଥିଲେ ସିଗ୍ନାଲ ଜେଇ I ବିଳମ୍ବିତ ରାତିରେ ସେଠାରେ କାମ ସାରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି I ମୃତକ ହେଲେ ଅନୁପ ରଏ I ଘଟଣା ଘଟିଛି ନୂପଡା ଜିଲ୍ଲା ଲଖଣ […]

Samaya Live Picture
Published On

ନୂଆପଡା : ରେଳ ଲାଇନ ପାର ହେଉଥିବାବେଳେ,ରେଳ ଧାରଣାରେ ଫସିଗଲା ଗୋଡ଼ I ଟ୍ରେନ ଧକ୍କାରେ ସିଗ୍ନାଲ ଜେଇଙ୍କ ମୃତ୍ୟୁ I ନୂଆପଡ଼ା ରେଳଷ୍ଟସନର ରେଳ ସିଗନାଲ୍ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ସିଗନାଲ୍ ମରାମତି ପାଇଁ ଲଖନା ରେଳ ଷ୍ଟେସନକୁ ଯାଇଥିଲେ ସିଗ୍ନାଲ ଜେଇ I ବିଳମ୍ବିତ ରାତିରେ ସେଠାରେ କାମ ସାରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି I ମୃତକ ହେଲେ ଅନୁପ ରଏ I ଘଟଣା ଘଟିଛି ନୂପଡା ଜିଲ୍ଲା ଲଖଣ ରେଳ ଷ୍ଟେସନରେ I

ଘଟନାନୁସାରେ, ନୂଆପଡ଼ା ରେଳଷ୍ଟସନର ସିଗନାଲ ଜେଇ ଅନୁପ ରଏ ଯାଇଥିଲେ I ସିଗନାଲ ମରାମତି କାମ ସାରି ବିଲମ୍ବିତ ରାତ୍ରିରେ ନୂଆପଡ଼ା ରେଳ ଷ୍ଟେସନରୁ ଲଖନା ଅଭିମୁଖେ ଏକ ମାଲବାହୀ ଟ୍ରେନରେ ଫେରିଥିଲେ I ତେବେ ଘରକୁ ଫେରିବା ପାଇଁ ସେ ରେଳଲାଇନ ପାର କରୁଥିବାବେଳେ,ଦୁର୍ଭାଗ୍ୟକୁ ତାଙ୍କ ଗୋଡ଼ଟି ଟ୍ରେନ ଲାଇନ ଭିତରେ ଫସିଯାଇଥିଲା I ଏହି ସମୟରେ ସେହି ଲାଇନରେ ଆସୁଥିବା ଆଉ ଏକ ମାଲବାହୀ ଗାଡି ଆସି ତାଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା I ଅନୁପ ଙ୍କ ଘର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଧୋବୀ ପଡ଼ାରେ ବୋଲି ଜଣା ପଡିଛି I ଘଟଣା ସ୍ଥଳରେ କଣ୍ଟାବାଞ୍ଜି ରେଳବାଇ ପୋଲିସ ପହଁଚି ତଦନ୍ତ ଚଳାଇଛି ଇ ପୂର୍ବରୁ ଅନୁପଙ୍କର ବାପା ମଧ୍ୟ ଏହିଭଳି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥିଲେ ,ତାଙ୍କ ସ୍ଥାନରେ ତାଙ୍କ ପୁଅ ଅନୁପଙ୍କ ଚାକିରୀ କରିଥିଲେ I ଅନୁପ ଜଣେ ମେଳାପୀ,ମିଷ୍ଟଭାଷୀ,ପରୋପକାରୀ ଯୁବକ ଥିଲେ ଇ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା I ଘଟଣା ସ୍ଥଳରେ କଣ୍ଟାବାଞ୍ଜି ରେଳବାଇ ପୋଲିସ ପହଁଚି ତଦନ୍ତ ଚଳାଇଛି I

Tags: