ଏସଆଇ ଚାକିରି ଜାଲିଆତି ରାକେଟର ପର୍ଦ୍ଦାଫାସ୍ ,ପରୀକ୍ଷାର୍ଥୀ ଅଟକ
ବ୍ରହ୍ମପୁର: ପୋଲିସ ଏସ୍ଆଇ ଚାକିରିରେ ଜାଲିଆତି । ଜଣେ ପରୀକ୍ଷାର୍ଥୀ ଅଟକ । ପରୀକ୍ଷା ଦାୟିତ୍ୱ ନେଇଥିବା ସଂସ୍ଥା କରିଥିଲା ବଡ଼ ଧରଣର ଜାଲିଆତି । ପୋଲିସ ସବ-ଇନ୍ସପେକ୍ଟର ଚାକିରିରେ ଜାଲିଆତି ପାଇଁ ହୋଇଥିଲା ବଡ଼ ଡିଲ୍ । ଖୋଦ୍ ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ଆଶାୟୀଙ୍କୁ ସ୍ପେଶାଲ୍ କୋଚିଂ ଦେବାକୁ ନେଉଥିଲା ହାଇଦ୍ରାବାଦ । ତେବେ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରି ଦେଇଛି ପୋଲିସ । ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରୁ […]
ବ୍ରହ୍ମପୁର: ପୋଲିସ ଏସ୍ଆଇ ଚାକିରିରେ ଜାଲିଆତି । ଜଣେ ପରୀକ୍ଷାର୍ଥୀ ଅଟକ । ପରୀକ୍ଷା ଦାୟିତ୍ୱ ନେଇଥିବା ସଂସ୍ଥା କରିଥିଲା ବଡ଼ ଧରଣର ଜାଲିଆତି । ପୋଲିସ ସବ-ଇନ୍ସପେକ୍ଟର ଚାକିରିରେ ଜାଲିଆତି ପାଇଁ ହୋଇଥିଲା ବଡ଼ ଡିଲ୍ । ଖୋଦ୍ ପରୀକ୍ଷା ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥା ଆଶାୟୀଙ୍କୁ ସ୍ପେଶାଲ୍ କୋଚିଂ ଦେବାକୁ ନେଉଥିଲା ହାଇଦ୍ରାବାଦ । ତେବେ ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରି ଦେଇଛି ପୋଲିସ । ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରୁ ଉଠାଇ ଆଣିଛି ଓଡ଼ିଶା ବ୍ରହ୍ମପୁର ପୋଲିସ । ସେଠାରେ ଚାଲିଛି ପଚରାଉଚରା ।
ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଧରିବା ପରେ ବ୍ରହ୍ମପୁର ଆଣି ପଚରାଉଚୁରା କରୁଥିବା ସୂଚନା ମିଳିଛି । ତେବେ ଚାକିରି ଜାଲିଆତି ପଛରେ କିଏ ସେନେଇ ପୋଲିସ ଛାନଭିନ ଚଳାଇଛି । ଓଡ଼ିଶା ପୋଲିସର ସବ୍ ଇନ୍ସପେକ୍ଟର ପଦବୀ ପାଇଁ ହେବାକୁ ଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନିଆଯାଉଥିଲା। ସେଠାରେ ରଖି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ସହ ଉତ୍ତର କୁହାଯାଇଥାଆନ୍ତା । ଭଲ ଭାବେ ପ୍ରସ୍ତୁତ ହେବା ପରେ ପରୀକ୍ଷା ଦେଇଥାଆନ୍ତେ । କିନ୍ତୁ ଏହା ପୂର୍ବରୁ ପୋଲିସ ଏହି ଷଡ଼ଯନ୍ତ୍ର ବାବଦରେ ଅବଗତ ହୋଇଛି । ଗତକାଲି ରାତିରେ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଶ୍ରୀକାକୁଲମରୁ ପୋଲିସ ଗିରଫ କରିଛି । ପରୀକ୍ଷା ଦାୟିତ୍ଵ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା ମିଳିଛି । ପୋଲିସ ସମସ୍ତଙ୍କୁ ବ୍ରହ୍ମପୁର ଆଣି ପଚରାଉଚରା କରୁଛି । ଏଥିର ବହୁତ ବଡ଼ ବଡ଼ ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଚି ।
ଅନ୍ୟପଟେ ଜାଲିଆତି ଘଟଣାରେ ଓଡିଶା ପୋଲିସ ଓପିଆରବି (OPRB) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏଥିପାଇଁ ଓପିଆରବି ଜାରିକରିଛି ହେଲ୍ପ ଲାଇନ ନମ୍ବର । ୯୦୪୦୪୯୩୨୨୩ ଏହି ନମ୍ବର ରେ କଲ କରି ପରୀକ୍ଷାର୍ଥୀ ମାନେ ଅଭିଯୋଗ କରିପାରିବେ । ଆସନ୍ତା ଅକ୍ଟୋବର ୫/୬ ତାରିଖରେ ହେବ ଏସଆଇ ପରୀକ୍ଷା । ଜାଲିଆତି ପରେ ସ୍ୱଚ୍ଛତାର ସହ ପରୀକ୍ଷା କରିବାକୁ କରିବାକୁ ପଦକ୍ଷେପ ।




