ଏସ୍ଆଇ ପରୀକ୍ଷା ମହାଦୁର୍ନୀତି,୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଦଲାଲ ଗିରଫ
ବ୍ରହ୍ମପୁର : ପୋଲିସ ଚାକିରୀ ପାଇବା ପୂର୍ବରୁ ଚୋର ବନିଲେ ପରୀକ୍ଷାର୍ଥୀ । ଭବିଷ୍ୟତ ଗଢିବା ପରିବର୍ତ୍ତେ ମହାଦୁର୍ନୀତିରେ ସାମିଲ ହୋଇ ଜେଲ ଗଲେ ୧୧୪ ପରୀକ୍ଷାର୍ଥୀ । ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ପର୍ଦ୍ଦାଫାସ କରିବାକୁ ତଦନ୍ତ ଜୋରଦାର ଆରମ୍ଭ ହୋଇଛି । ଏଥିପାଇଁ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ ଜିଲାର ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଏସଆଇ ପରୀକ୍ଷା କେଳେଙ୍କାରୀର ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା […]
ବ୍ରହ୍ମପୁର : ପୋଲିସ ଚାକିରୀ ପାଇବା ପୂର୍ବରୁ ଚୋର ବନିଲେ ପରୀକ୍ଷାର୍ଥୀ । ଭବିଷ୍ୟତ ଗଢିବା ପରିବର୍ତ୍ତେ ମହାଦୁର୍ନୀତିରେ ସାମିଲ ହୋଇ ଜେଲ ଗଲେ ୧୧୪ ପରୀକ୍ଷାର୍ଥୀ । ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ପର୍ଦ୍ଦାଫାସ କରିବାକୁ ତଦନ୍ତ ଜୋରଦାର ଆରମ୍ଭ ହୋଇଛି । ଏଥିପାଇଁ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ ଜିଲାର ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଏସଆଇ ପରୀକ୍ଷା କେଳେଙ୍କାରୀର ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା । ସୁପରଭାଇଜିଂ ଅଫିସର ଭାବେ କ୍ରାଇମବ୍ରାଞ୍ଚ ଏସପି ଅନୀଲ ବେଉରିଆଙ୍କୁ ଦାୟିତ୍ୱ ଦିଆଯାଇଛି । ପୋଲିସ ଏସ୍ଆଇ ପରୀକ୍ଷା ମହାଦୁର୍ନୀତି,୧୧୪ ପରୀକ୍ଷାର୍ଥୀଙ୍କ ସହ ୩ ଦଲାଲ ଗିରଫ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଏହି କେଳେଙ୍କାରୀର ମାଷ୍ଟର ମାଇଣ୍ଡ ଫେରାର ରହିଛି । ଘଟଣାରେ ୭ ଜଣଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଏସ୍ଆଇ ପରୀକ୍ଷା ସ୍କାମ୍କୁ ନେଇ ଓଡ଼ିଶା ଚର୍ଚ୍ଚାକୁ ଆସିଥିବାବେଳେ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍ବି)ର ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠିଛି।
ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ସିଲିକନ୍ ଟେକ୍ ଲ୍ୟାବର ମାଲିକଙ୍କ ସମେତ ୫ଜଣଙ୍କୁ ମାରାଥନ୍ ଜେରା କରି ଅନେକ ତଥ୍ୟ ହାତେଇଥିବା ସୂଚନା ମିଳିଛି । ସେହିପରି ପରୀକ୍ଷା ଦାୟିତ୍ୱ ନେଇଥିବା ପଞ୍ଚସଫ୍ଟ ର ଭୁବନେଶ୍ୱର ଓ ବ୍ରହ୍ମପୁର ୩ଟି ଅଫିସରରେ ଚଢାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଅଫିସକୁ ସିଲ୍ କରିଛି । ଦୁର୍ନୀତି ପଛରେ ଦୁଇ କାର୍ପଟଦାରଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଜଣେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ବ୍ରାହ୍ମଣଛାଇ ଗ୍ରାମର ଶଙ୍କର ପୃଷ୍ଟି ଓ ଅନ୍ୟ ଜଣେ ମୁନା ମହାନ୍ତି । ଏହି ଦୁଇ ନାଁ କୁ ନେଇ ଏବେ ସାରା ଓଡ଼ିଶାରେ ଚହଳ ପଡ଼ିଛି । ଶଙ୍କର ପୃଷ୍ଟି ହେଉଛି ପଞ୍ଚସଫ୍ଟ ଟେକ୍ ପ୍ରାଇଭେଟ୍ ଲିମିଟେଡର ମୁଖ୍ୟ ।




