ପ୍ରତାରଣା କରି ଏସଆଇ ଗିରଫ

ବାଲେଶ୍ୱର : ପ୍ରେମ ପ୍ରତାରଣା ଅଭିଯୋଗରେ ପୋଲିସ SI ଗିରଫ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ମାଲକାନଗିରିରେ SOG ଟ୍ରେନିଂ ନେଉଥିବାବେଳେ SI ବିଜୟ ସାହୁଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ବାଲିଆପାଳ ଅଞ୍ଚଳର ଜଣେ ଯୁବତୀ ଏନେଇ ଥାନାରେ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ୨୦୧୭ ମସିହାରେ ଯୁବତୀ ଜଣଙ୍କ ବାଲିଆପାଳ ଶାରୀରିକ ବିଦ୍ୟାଳୟରେ ପଢୁଥିବା ବେଳେ ତଳପଦା ଗାଁର ବିଜୟ ସାହୁଙ୍କୁ ମନ୍ଦିରରେ […]

Samaya Live Picture
Published On

ବାଲେଶ୍ୱର : ପ୍ରେମ ପ୍ରତାରଣା ଅଭିଯୋଗରେ ପୋଲିସ SI ଗିରଫ । ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ । ମାଲକାନଗିରିରେ SOG ଟ୍ରେନିଂ ନେଉଥିବାବେଳେ SI ବିଜୟ ସାହୁଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ବାଲିଆପାଳ ଅଞ୍ଚଳର ଜଣେ ଯୁବତୀ ଏନେଇ ଥାନାରେ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ ୨୦୧୭ ମସିହାରେ ଯୁବତୀ ଜଣଙ୍କ ବାଲିଆପାଳ ଶାରୀରିକ ବିଦ୍ୟାଳୟରେ ପଢୁଥିବା ବେଳେ ତଳପଦା ଗାଁର ବିଜୟ ସାହୁଙ୍କୁ ମନ୍ଦିରରେ ବିବାହ କରିଥିଲେ । ପରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ବିଜୟ । ଆଉ ଚାକିରି ପାଇବା ପରେ ସ୍ତ୍ରୀର ପରିଚୟ ଦେଇ ଘରକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ଚକିରି ପାଇବା ପରେ ବିବାହ କରିବେ ନାହିଁ ବୋଲି ମନା କରିଥିଲେ ଏସଆଇ ବିଜୟ ସାହୁ ।

ଅନ୍ୟପଟେ ଧୋକା ପାଇବା ପରେ ଗତ ଡିସେମ୍ବରରେ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଲିଖିତ ଅଭିଯୋଗର ୪ ମାସ ପରେ ବାଲିଆପାଳ ଥାନା ବଡ଼ ତାଳପଦା ଗାଁର ବିଜୟ ସାହୁଙ୍କୁ ଗିରଫ କରିଛି ବାଲିଆପାଳ ପୋଲିସ ।

 

Tags: