୮ ଜଣଙ୍କୁ ନୂଆ ଜୀବନ ଦେଲେ ୮ ବର୍ଷର କୁନିପୁଅ ଶୁଭଜିତ

ଭୁବନେଶ୍ୱର :ପାର୍ଥିବ ଶରୀରରେ ନଥାଇ ମଧ୍ୟ ଅମର ରହିଲେ ଶୁଭଜିତ I ଦୁନିଆ କଣ ଜାଣିବା ଆଗରୁ ୮ ବର୍ଷର କୁନିପୁଅ ୮ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ଶୁଭଜିତଙ୍କ ପାଇଁ ୮ଟି ପରିବାର ମୁହଁରେ ହସ ଫୁଟିବ I ଛାତିକୁ ପଥର କରି ଅଙ୍ଗଦାନ ପରି ଏହି ମହାନ କାମ କରିଛନ୍ତି ଶୁଭଜିତଙ୍କ ପରିବାର I ଘଟଣା ନୁସାରେ,ଭୁବନେଶ୍ୱର କଳ୍ପନା ଅଞ୍ଚଳର ବିଶ୍ୱଜିତ ସାହୁ,ସ୍ଥାନୀୟ ବିଜେଇଏମ ସ୍କୁଲର ତୃତୀୟ ଶ୍ରେଣୀରେ ପଢ଼ନ୍ତି I ବର୍ତ୍ତମାନ […]

Samaya Live Picture
Published On

ଭୁବନେଶ୍ୱର :ପାର୍ଥିବ ଶରୀରରେ ନଥାଇ ମଧ୍ୟ ଅମର ରହିଲେ ଶୁଭଜିତ I ଦୁନିଆ କଣ ଜାଣିବା ଆଗରୁ ୮ ବର୍ଷର କୁନିପୁଅ ୮ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ଶୁଭଜିତଙ୍କ ପାଇଁ ୮ଟି ପରିବାର ମୁହଁରେ ହସ ଫୁଟିବ I ଛାତିକୁ ପଥର କରି ଅଙ୍ଗଦାନ ପରି ଏହି ମହାନ କାମ କରିଛନ୍ତି ଶୁଭଜିତଙ୍କ ପରିବାର I

ଘଟଣା ନୁସାରେ,ଭୁବନେଶ୍ୱର କଳ୍ପନା ଅଞ୍ଚଳର ବିଶ୍ୱଜିତ ସାହୁ,ସ୍ଥାନୀୟ ବିଜେଇଏମ ସ୍କୁଲର ତୃତୀୟ ଶ୍ରେଣୀରେ ପଢ଼ନ୍ତି I ବର୍ତ୍ତମାନ ସ୍କୁଲ ଗୁଡିକରେ ପରୀକ୍ଷା ଚାଲୁଥିବାରୁ ଗତ ବୁଧବାର ଦିନ ସକାଳେ ଶୁଭଜିତ ସକାଳୁ ସକାଳୁ ଖୁସି ମନରେ ସ୍କୁଲକୁ ପରୀକ୍ଷା ଦେବା ପାଇଁ ଯାଇଥିଲେ । ପ୍ରାର୍ଥନା ସରିବା ପରେ ପରୀକ୍ଷା ହଲ ରେ ବସିଥିବା ସମୟରେ ହଠାତ ଶୁଭଜିତ ଅଚେତ ହୋଇ ତଳେ ପଡିଯାଇଥିଲେ I ଏହାପରେ ତାଙ୍କ ପରିବାରକୁ ସ୍କୁଲରୁ ଫୋନ୍‌ ଆସିଲା ଯେ, କ୍ଲାସରୁମରେ ବସିଥିବା ବେଳେ ହଠାତ୍ ସିଜର୍ ବା ଫିଟ୍ସର ଶିକାର ହୋଇଛନ୍ତି ବୋଲି । ଏହାପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଶିଶୁଭବନ ଏବଂ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କିନ୍ତୁ ସ୍ୱାସ୍ଥ୍ୟରେ ବିଶେଷ କିଛି ସୁଫଳ ନ ମିଳିବାରୁ,ତାଙ୍କୁ ପୁଣି ସେଠାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଚିକିତ୍ସା ପରେ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ହୋଇଥିଲେ ମଧ୍ୟ ବ୍ରେନ ଠିକରେ ରେସ୍ପଣ୍ଡ କରି ନଥିଲା I ଡାକ୍ତରଙ୍କଠାରୁ ନିରାଶାର ବାଣୀ ଶୁଣିବା ପରେ ପରିବାର ଲୋକେ ପୁଅର ଆଖି, କିଡ୍‌ନୀ, ଲିଭର ସମେତ ୮ଟି ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ ପ୍ରୋଟୋକଲ୍‌ ଅନୁସାରେ ତାଙ୍କର ଅଙ୍ଗଦାନ କରାଯିବ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଭୂତାଣୁଜନିତ ସଂକ୍ରମଣ ଯୋଗୁ ଶୁଭଜିତ ରେଇ’ ସିଣ୍ଡ୍ରୋମର ଶିକାର ହୋଇଥିଲେ। ସାଧାରଣତଃ ୫ରୁ ୧୫ ବର୍ଷ ଶିଶୁଙ୍କ ଠାରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଥାଏ। ଶୁଭଜିତ ଆଖି ବୁଜିଥିବା ଘରୋଇ ହସ୍ପିଟାଲରେ ଅଙ୍ଗ ସଂଗ୍ରହ କରାଯାଇଥିବା ବେଳେ, ଯଦି ସବୁ କିଛି ସମୟ ଥାଉ ଥାଉ ପ୍ରତ୍ୟାରୋପରଣ ସମ୍ଭବ ହୁଏ, ତେବେ ତାଙ୍କର ଯୋଡ଼ାଏ ଆଖି, ଦୁଇଟି କିଡନୀ, ହୃତପିଣ୍ଡ, ଦୁଇଟି ଫୁସଫୁସ ଓ ପାନକ୍ରିଆଜ ଅନ୍ୟ ଶରୀରରେ ଲାଗିପାରିବ। ରାଜ୍ୟ ଅଙ୍ଗ ଓ ଟିସୁ ପ୍ରତ୍ୟାରୋପଣ ସଂସ୍ଥା- ସୋଟୋ ଜରିଆରେ ପ୍ରାରମ୍ଭିକ ଭାବେ କିଡନୀ ଗ୍ରହଣ ପାଇଁ ରୋଗୀ ଚିହ୍ନଟ ସରିଥିବା ସୂଚନା ମିଳିଛି।

ଆସନ୍ତୁ ଜାଣିବା କଣ ଏହି ରେଇ’ସିଣ୍ଡ୍ରୋମ’

ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି ‘ରେଇ ସିଣ୍ଡ୍ରୋମ ‘ହେଉଛି ଏକ ଭୁତାଣୁ ଜନିତ ରୋଗ I ବିଶେଷକରି ଯେଉଁମାନେ ହାଡ଼ଫୁଟି କିମ୍ବା ଭାଇରାଲରୁ ଭଲହୋଇଥାନ୍ତି ସେହି ପିଲାମାନେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି I ଏହା ୫-୧୫ ବର୍ଷର ପିଲାମାନଙ୍କ ଠାରେ ଦେଖାଯାଏ I ଏହି ରୋଗ ହେଲେ ମସ୍ତିଷ୍କ ଫୁଲି ଯାଏ ଓ ଲିଭର ନଷ୍ଟ ହୋଇଯାଏ। ଆସ୍‌ପ୍ରିନ୍‌ ଭଳି ସାଧାରଣ ଔଷଧରେ ଏହାର ଚିକିତ୍ସା ହୋଇଥାଏ। ଏହି ରୋଗର୍ଲକ୍ଷଣ ହେଉଛି ଯଦି ଭାଇରାଲରୁ ଭଲ ହେବା ପରେ ପିଲାମାନେ ବାଉଳି ହେଲେ, ଝାଡ଼ା ପରିସ୍ରା ଆପେ ଆପେ ହେଲେ ବାତ ମାରିଲେ, ସେମାନଙ୍କୁ ଏହି ରୋଗ ହୋଇଥିବା ସନ୍ଦେହ କରାଯାଇଥାଏ। ପ୍ରଥମ କିଛି ଦିନ ରୋଗୀ ଗୁରୁତର ହେବାର ଆଶଙ୍କା ରହିଥାଏ। ଠିକ୍ ସମୟରେ ଚିକିତ୍ସା ହେଲେ ପିଲାମାନେ ଭଲ ହୋଇପାରନ୍ତି ବୋଲି ଡାକ୍ତରପଣ୍ଡା କହିଛନ୍ତି I

୮ ଜଣଙ୍କୁ ଅଙ୍ଗଦାନ କରି ଅମର ହୋଇଥିବା ଶୁଭଜିତଙ୍କୁ ଆଜି ରାଜ୍ୟ ସରକାରଙ୍କ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଛି I ସତ୍ୟନଗର ଶ୍ମଶାନରେ ଆଜି ପୋଲିସ କମିଶନର ସଂଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂଙ୍କ ଉପସ୍ଥତିରେ ଶୁଭଜିତଙ୍କ ମରଶରୀରକୁ ଗାର୍ଡ ଅ ଅନର ଦିଆଯିବା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି I

Tags: