ଶ୍ରୀବିଗ୍ରହଙ୍କର ସେନାପଟା ନୀତି ,ଆସନ୍ତା କାଲି ପୁର୍ବାହ୍ନ ୧୧ ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ:ଶୁକ୍ରବାର ଦିନ ୧୧ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶକ ବନ୍ଦ ରହିବ । ଦେବସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି ନିମନ୍ତେ ବନ୍ଦ ରହିବ ଦର୍ଶନ । ଆସନ୍ତାକାଲି ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ସେନାପଟା ନୀତି ଅନୁଷ୍ଠିତ ହେବ I ତେଣୁ ଆଜି ରାତି ୧୨ଟା ଠାରୁ କାଲି ଦିନ ୧୧ଟା ଯାଏଁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ନାହିଁ । ତେବେ ଆସନ୍ତାକାଲି ଦିନ ୧୧ଟା ପରେ ଯେପରି ସାଧାରଣ ଦର୍ଶନ ହେଉଥିଲା […]

Samaya Live Picture
Published On

ପୁରୀ:ଶୁକ୍ରବାର ଦିନ ୧୧ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶକ ବନ୍ଦ ରହିବ । ଦେବସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି ନିମନ୍ତେ ବନ୍ଦ ରହିବ ଦର୍ଶନ । ଆସନ୍ତାକାଲି ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ସେନାପଟା ନୀତି ଅନୁଷ୍ଠିତ ହେବ I ତେଣୁ ଆଜି ରାତି ୧୨ଟା ଠାରୁ କାଲି ଦିନ ୧୧ଟା ଯାଏଁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ନାହିଁ । ତେବେ ଆସନ୍ତାକାଲି ଦିନ ୧୧ଟା ପରେ ଯେପରି ସାଧାରଣ ଦର୍ଶନ ହେଉଥିଲା ସେହିପରି ଜାରି ରହିବ । ୧୧ଟା ପରେ ସମସ୍ତେ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

ସୂଚନାନୁଯାୟୀ,ଆସନ୍ତା ୨୨ ତାରିଖ ଶନିବାର ଦେବସ୍ନାନ ପୁର୍ଣିମା I ରତ୍ନ ସିଂହାସନରୁ ସ୍ନାନବେଦୀକୁ ବିଜେ କରିବେ ମହାପ୍ରଭୁ I ସ୍ନାନଯାତ୍ରା ଓ ଘୋଷଯାତ୍ରାର ବିଭିନ୍ନ ପର୍ଯ୍ୟାୟର ନୀତି ପାଇଁ ବଡ଼ ଦେଉଳକୁ ପ୍ରବେଶ କରିଛନ୍ତି ଦଇତାପତି ମାନେ I ସନ୍ଧ୍ୟା ଧୂପ ପରେ ଦଇତାପତି ମାନେ ମହାପ୍ରଭୁଙ୍କର ବାହୁଟକଣ୍ଟକ ନୀତି କରିବେ I

Tags: