ଶ୍ରୀ ଜଗନ୍ନାଥଙ୍କ ଦାରୁ ବିବାଦ ,ଅପରାହ୍ନରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ

ପୁରୀ: ଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ ଦିଅଁ ପ୍ରତିଷ୍ଠା ପ୍ରସଙ୍ଗ । ଆଜି ଅପରାହ୍ନ ୫ ଟାରେ ବସିବ ଶ୍ରୀ ମନ୍ଦିର ପ୍ରଶାସନର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏନେଇ ଗତକାଲି ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଚିଠି ମାଧ୍ୟମରେ ତଦନ୍ତ ନିର୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଚିଠି ପରେ ଶ୍ରୀମନ୍ଦିର ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ଏନେଇ ଶନିବାର ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ […]

ଶ୍ରୀ ଜଗନ୍ନାଥଙ୍କ ଦାରୁ ବିବାଦ ,ଅପରାହ୍ନରେ ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ
Samaya Live Picture
Published On

ପୁରୀ: ଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ ଦିଅଁ ପ୍ରତିଷ୍ଠା ପ୍ରସଙ୍ଗ । ଆଜି ଅପରାହ୍ନ ୫ ଟାରେ ବସିବ ଶ୍ରୀ ମନ୍ଦିର ପ୍ରଶାସନର ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏନେଇ ଗତକାଲି ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଚିଠି ମାଧ୍ୟମରେ ତଦନ୍ତ ନିର୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଚିଠି ପରେ ଶ୍ରୀମନ୍ଦିର ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ଏନେଇ ଶନିବାର ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ।

ବୈଠକରେ ମହାରଣା,ଦେଉଳକରଣ, ପାଟଯୋଶୀ ମହାପାତ୍ର, ତଢଉକରଣ ଓ ତିନି ବାଡର ବାଡଗ୍ରାହୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ନବକଳେବର ସମୟରେ ବଳକା ଥିବା ଦାରୁ ସମ୍ପର୍କରେ ହେବ ଆଲୋଚନା । ସେହିପରି ଆସନ୍ତାକାଲି ବିଭିନ୍ନ ନିଯୋଗ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିପାରେ ଶ୍ରୀମନ୍ଦିର। ବଳକା ଦାରୁ ଦୀଘା ମନ୍ଦିରକୁ ଦିଆଯାଇଥିବା ଅଭିଯୋଗ ରହିଛି । କିପରି ଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ କାଠରେ ତିଆରି ବିଗ୍ରହ ପହଞ୍ଚିଲା ତାକୁ ନେଇ ହେବ ଆଲୋଚନା ।

ଅନ୍ୟପଟେ,ଏହି ଘଟଣାରେ ଆତର୍ଜାତିକ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକଶ କରିଛନ୍ତି । ସେ କହିଛନ୍ତି ଜଗନ୍ନାଥ ମନ୍ଦିରରେ କୌଣସି ଅସୁବିଧା ନାହିଁ, ହେଲେ ପୁରୀ ଥାଉ ଥାଉ ଦୀଘା ମନ୍ଦିର ଜଗନ୍ନାଥ ଧାମ ହୋଇପାରିବ ନାହିଁ । ପଡ଼ୋଶୀ ରାଜ୍ୟରେ ଏପରି କରାଯିବା ଭୁଲ୍ । ଜଗନ୍ନାଥ ଧାମ କୁହାଯିବାରେ ଆପତ୍ତି ଉଠାଇ ପୁରୀ ଗଜପତିଙ୍କୁ ଚିଠି ଲେଖିଛନ୍ତି ସୁଦର୍ଶନ ପଟ୍ଟନାୟକ ।

Tags: