ପୁରୀକୁ ଗଡିବ ଶ୍ରୀ ‘ଜଗନ୍ନାଥ ଏକ୍ସପ୍ରେସ’ ବସ୍ ,୧୬ରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଗଡ଼ିବ ସ୍ୱତନ୍ତ୍ର ବସ୍। ଆସନ୍ତା ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ। ଏଥି ପାଇଁ ଚାଲିଛି ଭବ୍ୟ ଆୟୋଜନ। କାରଣ ଏହି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଦେଶର ପ୍ରମୁଖ ମନ୍ଦିରର କର୍ମକର୍ତ୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବେ। ଏଥି ସହିତ ସାରା ରାଜ୍ୟ ଓ ଦେଶର କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ଶ୍ରୀଜଗନ୍ନାଥ ବସରେ ପୁରୀ […]
ଭୁବନେଶ୍ୱର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଗଡ଼ିବ ସ୍ୱତନ୍ତ୍ର ବସ୍। ଆସନ୍ତା ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ। ଏଥି ପାଇଁ ଚାଲିଛି ଭବ୍ୟ ଆୟୋଜନ। କାରଣ ଏହି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଦେଶର ପ୍ରମୁଖ ମନ୍ଦିରର କର୍ମକର୍ତ୍ତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନିମନ୍ତ୍ରିତ ଅତିଥି ଭାବେ ଯୋଗଦେବେ। ଏଥି ସହିତ ସାରା ରାଜ୍ୟ ଓ ଦେଶର କୋଣ ଅନୁକୋଣରୁ ବହୁ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ଶ୍ରୀଜଗନ୍ନାଥ ବସରେ ପୁରୀ ଆସିବେ ଶ୍ରଦ୍ଧାଳୁ। ୬୦ଟି ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ଆସନ୍ତା ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଶ୍ରୀଜଗନ୍ନାଥ ବସ’ର ଶୁଭାରମ୍ଭ କରିବେ। ଯାହା ପରେ ‘ଶ୍ରୀଜଗନ୍ନାଥ’ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ଦେଖିବାକୁ ପୁରୀ ଆସିବେ ଶ୍ରଦ୍ଧାଳୁ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର।
ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭ ପାର୍କିଂ,ଶ୍ରୀସେତୁ ସହିତ ଯଜ୍ଞସ୍ଥଳୀ ଆଦିର ସମୀକ୍ଷା କରାଯାଇଥିଲା। ଏଥି ସହ ସେବାୟତଙ୍କ କଲ୍ୟାଣ ପାଇଁ ଛାତ୍ରବୃତ୍ତି, ବର୍ଷକୁ ଦୁଇ ଥର କାଉନ୍ସେଲର ନିଯୁକ୍ତି, ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।




