୫୬ ଟି ସ୍କୁଲ୍କୁ କାରଣ ଦର୍ଶାଅ ନୋଟିସ

ବୌଦ୍ଧ : ବୋୖଦ୍ଧ ଜିଲ୍ଲାର ୫୬ଟି ସ୍କୁଲ୍କୁ ଏକାବେଳେ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ । ଅଗଷ୍ଟ ୧୫ ପାଳନ ଅବସରରେ ସ୍କୁଲ ପିଲାଙ୍କୁ ମିଡ଼-ଡେ ମିଲ ନଦେବା ଘଟଣାରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଡିଇଓ I ଏଗୁଡିକ ମଧ୍ୟରେ ବୋୖଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୩୩ଟି, ବୋୖଦ୍ଧ ବ୍ଲକ ର ୧୫ଟି ,କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ ଜାରି ହୋଇଛି ନୋଟିସ । ଜିଲ୍ଲାର ତିନୋଟି ବ୍ଲକର ଶିକ୍ଷା ଅଧିକାରୀଙ୍କୁ ନୋଟିସ […]

୫୬ ଟି ସ୍କୁଲ୍କୁ କାରଣ ଦର୍ଶାଅ ନୋଟିସ
Samaya Live Picture
Published On

ବୌଦ୍ଧ : ବୋୖଦ୍ଧ ଜିଲ୍ଲାର ୫୬ଟି ସ୍କୁଲ୍କୁ ଏକାବେଳେ ଜାରି ହୋଇଛି କାରଣ ଦର୍ଶାଅ ନୋଟିସ । ଅଗଷ୍ଟ ୧୫ ପାଳନ ଅବସରରେ ସ୍କୁଲ ପିଲାଙ୍କୁ ମିଡ଼-ଡେ ମିଲ ନଦେବା ଘଟଣାରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଡିଇଓ I ଏଗୁଡିକ ମଧ୍ୟରେ ବୋୖଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୩୩ଟି, ବୋୖଦ୍ଧ ବ୍ଲକ ର ୧୫ଟି ,କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ ଜାରି ହୋଇଛି ନୋଟିସ । ଜିଲ୍ଲାର ତିନୋଟି ବ୍ଲକର ଶିକ୍ଷା ଅଧିକାରୀଙ୍କୁ ନୋଟିସ ଜାରି କଲେ ଜିଲ୍ଲା ଶିକ୍ଷାଅଧିକାରୀ ।

ସାତ ଦିନ ମଧ୍ୟରେ SMC କମିଟି ଆଗରେ ୧୫ତାରିଖର ଭୋଜନ ଛାତ୍ରଛାତ୍ରୀଙ୍କୁ ଦେବା ସହ ପ୍ରମାଣ ସ୍ୱରୂପ ଫୋଟୋ ଭିଡିଓ ସହ ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାହିଁକି ଏହି ସ୍କୁଲ କର୍ତ୍ତୃପକ୍ଷ ଙ୍କ ବିରୋଧରେ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ସେ ନେଇ ଉତ୍ତର ରଖିବାକୁ ଚିଠି ରେ ଉଲ୍ଲେଖ ରହିଛି।

ସୂଚନା ଅନୁଯାୟୀ ଓବଜରର୍ଭେଶନଡେରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ଶିକ୍ଷାବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ରହିଥିବା ବେଳେ ଏଥିରେ ଖିଲାପ ହେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲେ । ସ୍ଵାଧୀନତା ଦିବସ ପୂର୍ବଦିନ ସମସ୍ତ DEO ଙ୍କୁ ନୋଡାଲ ଅଫିସର ଚିଠି ମଧ୍ୟ କରିଥିଲେ । ସ୍ଵାଧୀନତା ଦିବସରେ ସ୍କୁଲରେ ରନ୍ଧା ହେବ ମଧ୍ୟାହ୍ନ ଭୋଜନ ।

Tags: