ବିବାହ ଭୋଜି ରେ ଫୁଟିଲା ଗୁଳି,୨ ଆହତ
ଯାଜପୁର : ବାହାଘର ବେଳେ ଫୁଟିଲା ଗୁଳି । ଗତକାଲି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ମହାବିନାୟକ ମନ୍ଦିରରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିବାବେଳେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳି ମାଡ ହୋଇଛି । ଏଥିରେ ୨ ଜଣ ଯୁବକ ଆହତ ହୋଇଛନ୍ତି । ରାଜନୈତିକ ଆକ୍ରୋଶରୁ ଏହି ଗୁଳିକାଣ୍ଡ ଘଟିଥିବା ଜଣ ପଡିଛି । ସୂଚନାନୁସାରେ,ଗତକାଲି ବଡ଼ଚଣା ଥାନା ଅନ୍ତର୍ଗତ ମହାବିନାୟକ ମନ୍ଦିରରେ ଏକ ବିବାହ […]
ଯାଜପୁର : ବାହାଘର ବେଳେ ଫୁଟିଲା ଗୁଳି । ଗତକାଲି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ମହାବିନାୟକ ମନ୍ଦିରରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିବାବେଳେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ପ୍ରଥମେ ମାରଣାସ୍ତ୍ରରେ ଆକ୍ରମଣ ଓ ପରେ ଗୁଳି ମାଡ ହୋଇଛି । ଏଥିରେ ୨ ଜଣ ଯୁବକ ଆହତ ହୋଇଛନ୍ତି । ରାଜନୈତିକ ଆକ୍ରୋଶରୁ ଏହି ଗୁଳିକାଣ୍ଡ ଘଟିଥିବା ଜଣ ପଡିଛି ।
ସୂଚନାନୁସାରେ,ଗତକାଲି ବଡ଼ଚଣା ଥାନା ଅନ୍ତର୍ଗତ ମହାବିନାୟକ ମନ୍ଦିରରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିଲା । ସେଠାକୁ ବାଜାବାଟୀ ଅଞ୍ଚଳର ଦୁର୍ଯ୍ୟୋଧନ ବେହେରାଙ୍କ ସହିତ ଗାଁର କିଛି ଲୋକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ । ତେବେ ସେଠାରେ ଧର୍ମଶାଳା ଥାନା ତରଞ୍ଜିଆ ପୂର୍ବତନ ଜିଲ୍ଲାପରିଷ ନିରଞ୍ଜନ ରାଉତଙ୍କ ସହ ବିଜେଡିର କିଛି ଯୁବକ ପହଞ୍ଚି ଦୁର୍ଯ୍ୟୋଧନଙ୍କ ସହ ପାଟିତୁଣ୍ଡ କରିଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ହେବାରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାପରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ୨ଜଣ ଲୋକ ଆହତ ହୋଇଛନ୍ତି । ଏହି ଘଟଣାପରେ ଥାନାରେ ଲିଖିତ ଅଭିଜିଗ ହୋଇଛି । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ୨ଟି ଖୋକା ଜବତ କରିଛି ।




