ମଙ୍ଗଳବାର ଯାଏଁ ୧ନଂ.ହାଟ ବନ୍ଦ
ଭୁବନେଶ୍ୱର : ମାର୍କେଟ ଆସୋସିଏଶନ୍ ଏବଂ ଭେଣ୍ଡିଂଜୋନ୍ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ। ଆସନ୍ତା ମଙ୍ଗଳବାର ଯାଏଁ ହାଟ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ବ୍ୟବସାୟୀ ସଂଘ I ପାର୍କିଙ୍ଗ ଏବଂ ଜବର ଦାଖଲ ଉଚ୍ଛେଦ କୁ ନେଇ ଗୁରୁବାର ଠାରୁ ବନ୍ଦ ରହିଛି ହାଟ I ତେବେ ଏନେଇ ବ୍ୟବସାୟୀ ସଂଘ ପକ୍ଷରୁ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରାଯାଇଥିଲା। ଶତାଧିକ ବ୍ୟବସାୟୀ ବିଏମ୍ସି ମୁଖ୍ୟାଳୟକୁ ଯାଇଥିଲେ। ଆଲୋଚନା ପରେ ସମସ୍ୟାର ସମାଧାନ […]
ଭୁବନେଶ୍ୱର : ମାର୍କେଟ ଆସୋସିଏଶନ୍ ଏବଂ ଭେଣ୍ଡିଂଜୋନ୍ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ। ଆସନ୍ତା ମଙ୍ଗଳବାର ଯାଏଁ ହାଟ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ବ୍ୟବସାୟୀ ସଂଘ I ପାର୍କିଙ୍ଗ ଏବଂ ଜବର ଦାଖଲ ଉଚ୍ଛେଦ କୁ ନେଇ ଗୁରୁବାର ଠାରୁ ବନ୍ଦ ରହିଛି ହାଟ I ତେବେ ଏନେଇ ବ୍ୟବସାୟୀ ସଂଘ ପକ୍ଷରୁ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରାଯାଇଥିଲା। ଶତାଧିକ ବ୍ୟବସାୟୀ ବିଏମ୍ସି ମୁଖ୍ୟାଳୟକୁ ଯାଇଥିଲେ। ଆଲୋଚନା ପରେ ସମସ୍ୟାର ସମାଧାନ ପାଇଁ କମିଶନର ମଙ୍ଗଳବାର ପର୍ଯ୍ୟନ୍ତ ସମୟ ମାଗିଥିଲେ। ତେଣୁ ସେ ପର୍ଯ୍ୟନ୍ତ ହାଟକୁ ବନ୍ଦ ରଖିବା ନେଇ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହା ମଧ୍ୟରେ କମିଶନର ଓ ତାଙ୍କ ଟିମ୍ ମାର୍କେଟ ଆସି ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ଦିଆଯାଇଛି।
ଭେଣ୍ଡିଂଜୋନ୍ ବ୍ୟବସାୟୀଙ୍କ ଦ୍ୱାରା ଜବରଦଖଲ, ପାର୍କିଂ ଏବଂ ଅନ୍ୟାନ୍ୟ ସମସ୍ୟାକୁ ନେଇ ହାଟ ବ୍ୟବସାୟୀମାନେ ଧାରଣାରେ ବସିଛନ୍ତି। ଏସବୁ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ହାଟ ବନ୍ଦ ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି।
ସୂଚନାନୁସାରେ,ରାଜଧାନୀର ସବୁଠାରୁ ବଡ଼ ହାଟ ହେଉଛି ୟୁନିଟ୍-୧ ହାଟ। ବିଶେଷକରି ଏଠାରେ କମ୍ ଦାମ୍ରେ ସବୁ ପ୍ରକାର ଜିନିଷ ମିଳୁଥିବାରୁ ରାଜଧାନୀ ସମୟରେ କାହିଁ କେତେ ଦୂରରୁ ପ୍ରତିଦିନ ହଜାର ହଜାର ଲୋକ ଏଠାକୁ ଆସିଥାନ୍ତି। ପୁଣି ଆଗକୁ ପୂଜା ଆସୁଥିବାରୁ ବ୍ୟବସାୟ ଭଲ ହେବାର ଆଶା ଥିଲା। ମାତ୍ର ମାର୍କେଟ ଆସୋସିଏଶନ୍ ଓ ଭେଣ୍ଡିଂଜୋନ୍ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଯୋଗୁ ମାର୍କେଟ ଭିତରେ ୧୪ଶହରୁ ଊର୍ଦ୍ଧ୍ୱ ଦୋକାନରେ ତାଲା ପଡିଛି। ସେହିପରି ଆସୋସିଏଶନ୍କୁ ବିରୋଧ କରି ଭେଣ୍ଡିଜୋନ୍ ବ୍ୟବସାୟୀମାନେ ମଧ୍ୟ ଦୋକାନ ବନ୍ଦ ରଖିଥିଲେ। ଫଳରେ ଗୋଟିଏ ଦିନରେ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏଥିସହ ଗ୍ରାହକମାନେ ନିରାଶରେ ଫେରୁଥିବା ଦେଖିବାକୁ ମିଳୁଛି।




