ଆସନ୍ତା କାଲିଠାରୁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ

ମୟୁରଭଞ୍ଜ : ଜୁଲାଇ ୧ ତାରିଖରୁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ମୌସୁମୀ ବର୍ଷା ଯୋଗୁଁ ଜୁଲାଇ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଉଦ୍ୟାନ । କିନ୍ତୁ ଶିମିଳିପାଳର ଜାମୁଆଣି, ଗୁଡୁଗୁଡିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ୍‌) କେନ୍ଦ୍ରମାନ ପରିଦର୍ଶକଙ୍କ ପାଇଁ ଖୋଲା ରହିବ। ଏନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ […]

ଆସନ୍ତା କାଲିଠାରୁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ
Samaya Live Picture
Published On

ମୟୁରଭଞ୍ଜ : ଜୁଲାଇ ୧ ତାରିଖରୁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ମୌସୁମୀ ବର୍ଷା ଯୋଗୁଁ ଜୁଲାଇ ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଉଦ୍ୟାନ । କିନ୍ତୁ ଶିମିଳିପାଳର ଜାମୁଆଣି, ଗୁଡୁଗୁଡିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ୍‌) କେନ୍ଦ୍ରମାନ ପରିଦର୍ଶକଙ୍କ ପାଇଁ ଖୋଲା ରହିବ। ଏନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ପ୍ରତ୍ୟେକ ବର୍ଷ ମୌସୁମୀ ବର୍ଷା ଲାଗି ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଦିନ ବେଳା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରୁହେ । ଚଳିତ ବର୍ଷ ମଧ୍ୟ ଏହି କଟକଣା ଲାଗୁ କରାଯିବ । ଯାହା ଜୁଲାଇ ୧ ତାରିଖରୁ ଲାଗୁ ହେବ । କେବଳ ରାତ୍ରୀ ରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକ ମାନେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୂଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନି ।

ସୂଚନାନୁସାରେ,ଶିମିଳିପାଳ ଦେଶ ତଥା ବିଦେଶର ପର୍ଯ୍ୟଟକଙ୍କୁ ଏହାର ଶୋଭାରାଜି ପାଇଁ ଆକର୍ଷିତ କରିଥାଏ। ଏଥି ନିମନ୍ତେ ସାଧାରଣତଃ ଅକ୍ଟୋବର ମାସ ମଧ୍ୟଭାଗରୁ ସାଢେ ସାତ ମାସ ପର୍ଯ୍ୟଟନ ଋତୁ ଭାବେ ପରିଚିତ ଥିବାରୁ ପର୍ଯ୍ୟଟକଙ୍କୁ ଏହି ସମୟରେ ଶିମିଳିପାଳ ବୁଲିବା ପାଇଁ ସୁଯୋଗ ମିଳିଥାଏ। ତେବେ ଶିମିଳିପାଳର ରାସ୍ତାଘାଟ ବର୍ଷାଦିନେ ଅନୁକୂଳ ରହୁ ନଥିବାରୁ ବର୍ଷାଋତୁ ଆରମ୍ଭଠାରୁ ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ପ୍ରତିବର୍ଷ ସାଧାରଣତଃ ସାଢେ ୪ମାସ ପାଇଁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯିବା ସହିତ ପ୍ରବେଶ ଅନୁମତି ଦିଆଯାଇ ନଥାଏ।

Tags: