ଜୁନ ୧୨ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ମୟୁରଭଞ୍ଜ : ବନ୍ଦ ହେବ ଶିମିଳିପାଳ। ବର୍ଷାଋତୁ ଆଗମନକୁ ନେଇ ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟ ଚଳିତ ଜୁନ ୧୨ରୁ ସେପ୍ଟେମ୍ବର ୩୦ତାରିଖ ଯାଏଁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ବିଭାଗୀୟ ବିଜ୍ଞପ୍ତି ଜାରି କରିଛନ୍ତି। ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଜାମୁଆଣି,ଗୁଡୁଗୁଡ଼ିଆ,କୁମାରୀ, […]

Samaya Live Picture
Published On

ମୟୁରଭଞ୍ଜ : ବନ୍ଦ ହେବ ଶିମିଳିପାଳ। ବର୍ଷାଋତୁ ଆଗମନକୁ ନେଇ ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେବ ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟ ଚଳିତ ଜୁନ ୧୨ରୁ ସେପ୍ଟେମ୍ବର ୩୦ତାରିଖ ଯାଏଁ ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ବିଭାଗୀୟ ବିଜ୍ଞପ୍ତି ଜାରି କରିଛନ୍ତି।

ଅନ୍ୟପଟେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଜାମୁଆଣି,ଗୁଡୁଗୁଡ଼ିଆ,କୁମାରୀ, ବରେହିପାଣି ଓ ରାମତୀର୍ଥ ଇକୋ ଟୁରିଜିମରେ ପର୍ଯ୍ୟଟକଙ୍କ ରହଣି ସମେତ ପର୍ଯ୍ୟଟନ ପାଇଁ ଖୋଲା ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି।

Tags: