ଅଭିଯୋଗକୁ ନେଇ ମର୍ମାହତ,ଶଶିଭୂଷଣ

ଭୁବନେଶ୍ୱର : ଗତକାଲି ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ତାଙ୍କ ବୋହୂ ଆଣିଥିବା ଯୌତୁକ ନିର୍ଯାତନା ଅଭିଯୋଗ ସମ୍ପର୍କରେ ଆଜି ପ୍ରତିକ୍ରିୟା ରଖିଛନ୍ତି ନିଜେ ଶଶୀଭୂଷଣ। ଆସିଥିବା ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ଆହୁରି କହିଛନ୍ତି, ଏହି ଅଭିଯୋଗକୁ ନେଇ ମୁଁ ଦୁଃଖିତ, ମର୍ମାହତ ଏବଂ ଆଶ୍ଚର୍ଯ୍ୟଚକିତ ବୋଲି କହିଛନ୍ତି ଶଶୀଭୂଷଣ। ବିବାହର ୨ ବର୍ଷ ପରେ ଏପରି ଅଭିଯୋଗ ଗ୍ରହଣୀୟ ନୁହେଁ। ଖାଲି ସେତିକି ନୁହେଁ ଯୌତୁକ […]

Samaya Live Picture
Published On

ଭୁବନେଶ୍ୱର : ଗତକାଲି ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ତାଙ୍କ ବୋହୂ ଆଣିଥିବା ଯୌତୁକ ନିର୍ଯାତନା ଅଭିଯୋଗ ସମ୍ପର୍କରେ ଆଜି ପ୍ରତିକ୍ରିୟା ରଖିଛନ୍ତି ନିଜେ ଶଶୀଭୂଷଣ। ଆସିଥିବା ଅଭିଯୋଗକୁ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି।

ଆହୁରି କହିଛନ୍ତି, ଏହି ଅଭିଯୋଗକୁ ନେଇ ମୁଁ ଦୁଃଖିତ, ମର୍ମାହତ ଏବଂ ଆଶ୍ଚର୍ଯ୍ୟଚକିତ ବୋଲି କହିଛନ୍ତି ଶଶୀଭୂଷଣ। ବିବାହର ୨ ବର୍ଷ ପରେ ଏପରି ଅଭିଯୋଗ ଗ୍ରହଣୀୟ ନୁହେଁ। ଖାଲି ସେତିକି ନୁହେଁ ଯୌତୁକ ଦାବିକୁ ଖଣ୍ଡନ କରିଛନ୍ତି ଶଶିଭୂଷଣ । ପୁଅ ନାଁରେ ଥିବା ପରକୀୟପ୍ରୀତି ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଏହାସହିତ ଯୌତୁକ ନିର୍ଯାତନା ନେଇ ସେ କହିଛନ୍ତି ଯେ, ସାରା ଓଡିଶାବାସୀ ଜାଣିଛନ୍ତି ମୁଁ କିଏ, ଦୁର୍ନୀତି ଓ ଯୌତୁକକୁ ନେଇ ମୋର ଆଭିମୁଖ୍ୟ କଣ। ତେଣୁ ଏହି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ବିଧାୟକ ଶଶୀଭୂଷଣ ବେହେରାଙ୍କ ନାଁରେ ଯୌତୁକ ନିର୍ଯାତନା ଆଣିଛନ୍ତି ବୋହୂ ରୋନାଲି ବେହେରା। ଏନେଇ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରୋନାଲି। ବୋହୂ ରୋନାଲି ଶାରିରୀକ ଓ ମାନସିକ ନିର୍ଯାତନା ପାଇଥିବା ଅଭିଯୋଗ ଆଣିଛନ୍ତି । ଏଥିସହ ତାଙ୍କୁ ଘରୁ ବାହାର କରି ଦିଆଯାଇଥିବା କହିିଛନ୍ତି । ଶଶି ବେହେରାଙ୍କ ପୁଅଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି । ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି । ଶ୍ୱଶୁର ଶଶୀଭୂଷଣଙ୍କ ସହ ସ୍ୱାମୀ ସତ୍ୟପ୍ରକାଶ, ନଣନ୍ଦ ସୁପ୍ରଭା ମହାନ୍ତି ଓ ସୁଶ୍ରୀ ଭାରତୀ ବେହେରାଙ୍କ ନାଁରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ଗତକାଲି ଘଟଣା ସାମ୍ନାକୁ ଆସିବା ପରେ ଶଶିଙ୍କ ବୋହୂ ରୋନାଲି ତାଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି।

ସେପଟେ ରୋନାଲିଙ୍କ ବାପା ଗୋଖା ବେହେରା କହିଛନ୍ତି,‘ଆମେ ଚାହୁଁଛୁ ମିଳାମିଶା, ସେମାନେ ଆସିଲେ ହୋଇପାରିବ। ମାତ୍ର ସେମାନେ ଆଉ ଝିଅକୁ ନିର୍ଯାତନା ଦେବେନି ପ୍ରତିଶ୍ରୁତି ଦରକାର। ଝିଅ ବାଣୀବିହାରରେ ପାଠ ପଢ଼ିବାକୁ ଭୁବନେଶ୍ୱର ଯାଉଛି। ତା’ ଜୀବନ ପ୍ରତି ବିପଦ ନାହିଁ ବୋଲି କହିପାରିବୁ ନାହିଁ। ଦରକାର ପଡ଼ିଲେ ପୋଲିସର ସୁରକ୍ଷା ମାଗିବୁ।’

Tags: