୨୬ ବର୍ଷ ପରେ ଖୋଲିବ ଶାରଳା ସୂତାକଳ
ଜଗତସିଂହପୁର : ଜଗତସିଂହପୁର ବାସୀଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି । ୨୬ ବର୍ଷ ପରେ କାର୍ଯ୍ୟକ୍ଷମ ହେବ ଶାରଳା ସୂତାକଳ । ଦୀର୍ଘ ବର୍ଷର ଦାବି ପରେ ତିର୍ତ୍ତୋଲ ଶାରଳା ସୂତାକଳର ହେବ ନବକଳେବର । ସେଠାରେ ଟେକ୍ସଟାଇଲ କ୍ଲଷ୍ଟର ପ୍ରତିଷ୍ଠା କରିବେ ରାଜ୍ୟ ସରକାର। ଶାରଳା ସୂତାକଳର ପୁନର୍ବିନ୍ୟାସ ପାଇଁ ଶିଳ୍ପମନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ ପରେ ସ୍ଥାନୀୟ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନାଉସିରାଠାରେ ଅଶି ଦଶକରେ ପ୍ରତିଷ୍ଠା […]
ଜଗତସିଂହପୁର : ଜଗତସିଂହପୁର ବାସୀଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି । ୨୬ ବର୍ଷ ପରେ କାର୍ଯ୍ୟକ୍ଷମ ହେବ ଶାରଳା ସୂତାକଳ । ଦୀର୍ଘ ବର୍ଷର ଦାବି ପରେ ତିର୍ତ୍ତୋଲ ଶାରଳା ସୂତାକଳର ହେବ ନବକଳେବର । ସେଠାରେ ଟେକ୍ସଟାଇଲ କ୍ଲଷ୍ଟର ପ୍ରତିଷ୍ଠା କରିବେ ରାଜ୍ୟ ସରକାର। ଶାରଳା ସୂତାକଳର ପୁନର୍ବିନ୍ୟାସ ପାଇଁ ଶିଳ୍ପମନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ ପରେ ସ୍ଥାନୀୟ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି ।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନାଉସିରାଠାରେ ଅଶି ଦଶକରେ ପ୍ରତିଷ୍ଠା କରାଯାଇଥିବା ଶାରଳା ସୂତାକଳ ପୁଣିଥରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ୧୯୯୯ ମହାବାତ୍ୟାରେ କ୍ଷତିଗ୍ରସ୍ତ ହେବା ପରେ ବନ୍ଦ ହୋଇଯାଇଥିଲା ସୁତାକଳ। ବାରମ୍ବାର ନୂଆ ସରକାର ଆସିଥିଲେ ମଧ୍ୟ ମାତ୍ର ଶାରଳା ସୂତାକଳ ପୁନରୁଦ୍ଧାର ପ୍ରସଙ୍ଗ କେବଳ ଏକ ନିର୍ବାଚନୀ ପ୍ରସଙ୍ଗ ହୋଇ ରହିଯାଇଥିଲା। କିନ୍ତୁ ନିକଟରେ ଜଗତସିଂହପୁର ଜିଲ୍ଲା ମହୋତ୍ସବ ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଖୁବଶ୍ରୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି । ଶାରଳା ସୂତାକଳ ସ୍ଥାନରେ ଏକ ଆଧୁନିକ ତଥା ଶ୍ରମିକ କୈନ୍ଦ୍ରିକ ବୟନ ଓ ପୋଷାକ ଶିଳ୍ପ ବା ଟେକ୍ସଟାଇଲ କ୍ଲଷ୍ଟର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ମନସ୍ଥ କରିଛନ୍ତି।




