ସହିଦ ମାଧୋସିଂ ହାତଖର୍ଚ୍ଚ ଯୋଜନା ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ୱର : ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ର ଆସିଲା ଗାଇଡଲାଇନ୍‌ । ଏହି ଯୋଜନା ପାଇବା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ଅନୁସୂଚିତ ଜନଜାତି ବର୍ଗର ହେବା ସହ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ । ସେହି ଛାତ୍ରଛାତ୍ରୀଙ୍କୁ ଯଦି ପୂର୍ବରୁ ଅନ୍ୟ ଛାତ୍ରବୃତ୍ତି ମିଳୁଥିବ, ତେବେ ସେ ଏହି ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ରୁ ବଞ୍ଚିତ ହେବେନି । ତେବେ ଆବେଦନ କରିବା ପାଇଁ ଛାତ୍ରଛାତ୍ରୀଙ୍କ ପରିବାରର ଆୟ ବାର୍ଷିକ ଅଢ଼େଇ […]

Samaya Live Picture
Published On

ଭୁବନେଶ୍ୱର : ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ର ଆସିଲା ଗାଇଡଲାଇନ୍‌ । ଏହି ଯୋଜନା ପାଇବା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ଅନୁସୂଚିତ ଜନଜାତି ବର୍ଗର ହେବା ସହ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ । ସେହି ଛାତ୍ରଛାତ୍ରୀଙ୍କୁ ଯଦି ପୂର୍ବରୁ ଅନ୍ୟ ଛାତ୍ରବୃତ୍ତି ମିଳୁଥିବ, ତେବେ ସେ ଏହି ‘ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ରୁ ବଞ୍ଚିତ ହେବେନି । ତେବେ ଆବେଦନ କରିବା ପାଇଁ ଛାତ୍ରଛାତ୍ରୀଙ୍କ ପରିବାରର ଆୟ ବାର୍ଷିକ ଅଢ଼େଇ ଲକ୍ଷରୁ କମ୍ ଥିବ । ଛାତ୍ରଛାତ୍ରୀମାନେ ସରକାରୀ କିମ୍ବା ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବେ । ରାଜ୍ୟ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ଓଡ଼ିଶା ଷ୍ଟେଟ୍‍ ସ୍କଲାରସିପ୍‍ ପୋର୍ଟାଲ ମାଧ୍ୟମରେ ଏଥିପାଇଁ ଆବେଦନ କରାଯାଇପାରିବ । ସମ୍ପୂର୍ଣ୍ଣ ଯାଞ୍ଚ ପରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଅର୍ଥ ପ୍ରଦାନ କରାଯିବ ।

ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ସ୍କୁଲ ଡ୍ରପଆଉଟ୍ ସମସ୍ୟାକୁ ଦୂରେଇବା ପାଇଁ ମୋହନ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ଯୋଜନାରେ ଉପକୃତ ହେବେ ୩ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ । ଏହି ଯୋଜନାରେ ନବମ ଓ ଏକାଦଶ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ହଜାର ଟଙ୍କାର ଆର୍ଥିକ ସହାୟତା । ଏହି ଯୋଜନା ପାଇଁ ୧୫୬ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ ।

Tags: