ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଲା ସହିଦଙ୍କ ମରଶରୀର
ଭୁବନେଶ୍ୱର : ଭୁବନେଶ୍ବର ବିମାନବନ୍ଦରରେ ପହଁଚିଲା ସହିଦଙ୍କ ପାର୍ଥିବ ଶରୀର । ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ ଦାସଙ୍କ ମରଶରୀର ଆସି ପହଁଚିଛି I ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ସହିଦଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ପହଞ୍ଚିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ସେଠାରେ ସହିଦ ସରୋଜଙ୍କୁ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ପରେ ସ୍ୱତନ୍ତ୍ର କରିଡରରେ ଶୋଭାଯାତ୍ରାରେ […]
ଭୁବନେଶ୍ୱର : ଭୁବନେଶ୍ବର ବିମାନବନ୍ଦରରେ ପହଁଚିଲା ସହିଦଙ୍କ ପାର୍ଥିବ ଶରୀର । ସିକ୍କିମ ବନ୍ୟାରେ ସହିଦ ହୋଇଥିବା ସରୋଜ ଦାସଙ୍କ ମରଶରୀର ଆସି ପହଁଚିଛି I ଭୁବନେଶ୍ୱର ବିମାନ ବନ୍ଦରରେ ସହିଦ ସରୋଜ ଦାସଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ସହିଦଙ୍କ ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ପହଞ୍ଚିଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ସେଠାରେ ସହିଦ ସରୋଜଙ୍କୁ ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ପରେ ସ୍ୱତନ୍ତ୍ର କରିଡରରେ ଶୋଭାଯାତ୍ରାରେ ଢେଙ୍କାନାଳ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ନିଆଯିବ । ଏହାପରେ ଶୋଭାଯାତ୍ରାରେ କାମାକ୍ଷାନଗର କେନ୍ଦୁଢିପ ଗାଁକୁ ଯିବ ମରଶରୀର । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ସରୋଜଙ୍କ ହେବ ଶେଷକୃତ୍ୟ ହେବ । ସୋମବାର ବିଳମ୍ବିତ ରାତିରେ ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟାରେ ଭାସି ଯାଇଥିବା ୨୩ ଜଣ ଯବାନଙ୍କ ମଧ୍ୟରେଓଡ଼ିଆ ଯବାନ ସରୋଜ ଦାସ ଥିଲେ । ସେ ଗତ ଫେବ୍ରୁୟାରୀ ମାସରେ ବିବାହ କରିଥିଲେ ସରୋଜ । ୨୦୧୨ରୁ ସେନାରେ ଇଏମଇ ଯବାନ ଭାବେ ନିଯୁକ୍ତି ପାଇଥିଲେ ସରୋଜ। ତାଙ୍କ ଅକାଳ ବିୟୋଗରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।




