ଖଣ୍ଡଗିରିରୁ ସେକ୍ସ ରାକେଟ ଠାବ ପରେ କୋଠା ସିଲ

ଭୁବନେଶ୍ୱର : ଖଣ୍ଦଗିରିରୁ ଠାବ ହେଲା ସେକ୍ସ ରାକେଟ । ଖଣ୍ଡଗିରି ସ୍ଥିତ ଏକ ଭଡା ଘରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଆଜି ସକାଳେ ଖଣ୍ଡଗିରି ପୋଲିସ ଉକ୍ତ କୋଠାରେ ଚଢ଼ାଉ କରିଥିଲା । ଚଢାଉ ବେଳେ ୪ ଯୁବତୀଙ୍କ ସହ ବହୁ ଆପତ୍ତିଜନକ ସାମଗ୍ରୀ ଏବଂ ଏକ ବାଇକ୍ ଜବତ ହୋଇଛି। ଏହି ବାଇକ୍‌ଟି କୌଣସି ଗ୍ରାହକ କିମ୍ଵା ଦଲାଲଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି […]

Samaya Live Picture
Published On

ଭୁବନେଶ୍ୱର : ଖଣ୍ଦଗିରିରୁ ଠାବ ହେଲା ସେକ୍ସ ରାକେଟ । ଖଣ୍ଡଗିରି ସ୍ଥିତ ଏକ ଭଡା ଘରେ ଅନୈତିକ କାର୍ଯ୍ୟ ଚାଲୁଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଆଜି ସକାଳେ ଖଣ୍ଡଗିରି ପୋଲିସ ଉକ୍ତ କୋଠାରେ ଚଢ଼ାଉ କରିଥିଲା । ଚଢାଉ ବେଳେ ୪ ଯୁବତୀଙ୍କ ସହ ବହୁ ଆପତ୍ତିଜନକ ସାମଗ୍ରୀ ଏବଂ ଏକ ବାଇକ୍ ଜବତ ହୋଇଛି। ଏହି ବାଇକ୍‌ଟି କୌଣସି ଗ୍ରାହକ କିମ୍ଵା ଦଲାଲଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ୪ ଯୁବତୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ । ସମସ୍ତ ଯୁବତୀ ଓଡ଼ିଆ । ନୟାଗଡ଼ର ଜଣେ ରାଣୀ ମହୁମାଛିଙ୍କ ଜରିଆରେ ଚାଲୁଥିଲା ସେକ୍ସ ରାକେଟ । ଚଢ଼ାଉ ପରେ ଉକ୍ତ କୋଠାକୁ ସିଲ କରାଯାଇଛି । ଏହି ଘଟଣାରେ ପୋଲିସ ପକ୍ଷରୁ ଅଧିକ ଛାନଭିନ ଜାରି ରହିଛି ।

Tags: