ଶ୍ରୀ ମନ୍ଦିରରେ ମହିଳା ଶ୍ରମିକଙ୍କୁ ସେବାୟତଙ୍କ ମାଡ଼
ପୁରୀ : ଦିନକୁ ଦିନ ଅସହ୍ୟ ହେଉଛି ସେବାୟତଙ୍କ ଦୁର୍ବ୍ୟବହାର I ଜଣେ କାର୍ଯ୍ୟରତ ମହିଳା ଏଏସଆଇ ଶ୍ରମିକଙ୍କୁ ସେବାୟତ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଶ୍ରମିକ ପୂର୍ଣ୍ଣିମା ବେହେରାଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି। ଦକ୍ଷିଣ ଦ୍ୱାର ଗୁମୁଟ ମରାମତି ସହ ଓ ରୋଷଶାଳାର ପାଖରେ କାର୍ଯ୍ୟ ଚାଲୁଥିବା ବେଳେ ପୂର୍ଣ୍ଣିମା ବେହେରାଙ୍କ ଗାଲକୁ ସେବାୟତ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସମସ୍ତ ଶ୍ରମିକମାନେ କାର୍ଯ୍ୟବନ୍ଦ […]
ପୁରୀ : ଦିନକୁ ଦିନ ଅସହ୍ୟ ହେଉଛି ସେବାୟତଙ୍କ ଦୁର୍ବ୍ୟବହାର I ଜଣେ କାର୍ଯ୍ୟରତ ମହିଳା ଏଏସଆଇ ଶ୍ରମିକଙ୍କୁ ସେବାୟତ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଶ୍ରମିକ ପୂର୍ଣ୍ଣିମା ବେହେରାଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି। ଦକ୍ଷିଣ ଦ୍ୱାର ଗୁମୁଟ ମରାମତି ସହ ଓ ରୋଷଶାଳାର ପାଖରେ କାର୍ଯ୍ୟ ଚାଲୁଥିବା ବେଳେ ପୂର୍ଣ୍ଣିମା ବେହେରାଙ୍କ ଗାଲକୁ ସେବାୟତ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସମସ୍ତ ଶ୍ରମିକମାନେ କାର୍ଯ୍ୟବନ୍ଦ କରିବା ସହ ସିଂହଦ୍ଵାର ଥାନା ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ସେବାୟତଙ୍କୁ ଚିହ୍ନଟ କରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସଆଇ ଅଧିକାରୀ କହିଛନ୍ତି।




