ସର୍ଭର ଡାଉନ,ଘଣ୍ଟାଏ ବିଳମ୍ବରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କଲେ ପରୀକ୍ଷାର୍ଥୀ
ଭୁବନେଶ୍ୱର : ଆରଆଇ ପରୀକ୍ଷାରେ ସର୍ଭର ଡାଉନ ଅଭିଯୋଗ। ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ଅଭିଯୋଗ ହୋଇଛି। ରାଜ୍ୟରେ ଆଜି ହେବାକୁ ଥିବା ଆରଆଇ ପରୀକ୍ଷାରେ ବିଭିନ୍ନ ସ୍ଥାନରେ ସର୍ଭର ଡାଉନ ହୋଇଯାଇଥିଲା । ଏଥିପାଇଁ ପରୀକ୍ଷାର୍ଥୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ପ୍ରାୟ ଘଣ୍ଟାଏରୁ ଉର୍ଦ୍ଧ୍ବ ସମୟ ଅପେକ୍ଷା କରିବାକୁ ପଡିଥିଲା । ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା, ୮.୪୫ରେ ଭିତରକୁ ଯାଇଥିଲେ ପରୀକ୍ଷାର୍ଥୀ […]
ଭୁବନେଶ୍ୱର : ଆରଆଇ ପରୀକ୍ଷାରେ ସର୍ଭର ଡାଉନ ଅଭିଯୋଗ। ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ଅଭିଯୋଗ ହୋଇଛି। ରାଜ୍ୟରେ ଆଜି ହେବାକୁ ଥିବା ଆରଆଇ ପରୀକ୍ଷାରେ ବିଭିନ୍ନ ସ୍ଥାନରେ ସର୍ଭର ଡାଉନ ହୋଇଯାଇଥିଲା । ଏଥିପାଇଁ ପରୀକ୍ଷାର୍ଥୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ପ୍ରାୟ ଘଣ୍ଟାଏରୁ ଉର୍ଦ୍ଧ୍ବ ସମୟ ଅପେକ୍ଷା କରିବାକୁ ପଡିଥିଲା । ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା, ୮.୪୫ରେ ଭିତରକୁ ଯାଇଥିଲେ ପରୀକ୍ଷାର୍ଥୀ । ନୟାପଲ୍ଲୀ, ମଞ୍ଚେଶ୍ୱର,ପଟିଆ ବ୍ରହ୍ମପୁର, କାକଟପୁର ଆଦି ଘରୋଇ ପରୀକ୍ଷା ସେଣ୍ଟର ଗୁଡିକରେ ସମସ୍ୟା ଦେଖାଦେଇଥିଲା । ଏହାକୁ ନେଇ ପରୀକ୍ଷା କେନ୍ଦ୍ର ବାହାରେ ପରୀକ୍ଷାର୍ଥୀଙ୍କ ଭିତରେ ଚାପ ଉତ୍ତେଜନା ଦେଖାଦେଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ପରୀକ୍ଷା ସେଣ୍ଟର ହୋଇଥିବା କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।




