OSSC ପରୀକ୍ଷା ପ୍ରଶ୍ନପତ୍ରରେ ଗୁରୁତର ତ୍ରୁଟି,ଓଡ଼ିଆ ଭାଷା ପଢିବା ମୁସ୍କିଲ
ଭୁବନେଶ୍ୱର : ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (ଓସସସ) ପରୀକ୍ଷା ପ୍ରଶ୍ନପତ୍ରରେ ଗୁରୁତର ତ୍ରୁଟି । ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଛାପା ଯାଇଥିଲା I ପ୍ରଶ୍ନ ପତ୍ର ଦେଖି ପରୀକ୍ଷାର୍ଥୀଙ୍କ ମୁଣ୍ଡ ଘୁରେଇ ଦେଇଥିଲା I ପରୀକ୍ଷା ଅପେକ୍ଷା ପ୍ରଶ୍ନପତ୍ରର ଅକ୍ଷର ଆଉ ଭାଷା ବୁଝିବା ପରୀକ୍ଷାର୍ଥୀଙ୍କ ପକ୍ଷେ ହୋଇ ପଡିଥିଲା କଷ୍ଟକର I ବାକ୍ୟ ବୁଝିବାକୁ ପରୀକ୍ଷାର୍ଥୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ବିଶେଷ ଭାବେ ଓଡ଼ିଆ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ତାଳମେଳ ନଥିବା […]
ଭୁବନେଶ୍ୱର : ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (ଓସସସ) ପରୀକ୍ଷା ପ୍ରଶ୍ନପତ୍ରରେ ଗୁରୁତର ତ୍ରୁଟି । ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଛାପା ଯାଇଥିଲା I ପ୍ରଶ୍ନ ପତ୍ର ଦେଖି ପରୀକ୍ଷାର୍ଥୀଙ୍କ ମୁଣ୍ଡ ଘୁରେଇ ଦେଇଥିଲା I ପରୀକ୍ଷା ଅପେକ୍ଷା ପ୍ରଶ୍ନପତ୍ରର ଅକ୍ଷର ଆଉ ଭାଷା ବୁଝିବା ପରୀକ୍ଷାର୍ଥୀଙ୍କ ପକ୍ଷେ ହୋଇ ପଡିଥିଲା କଷ୍ଟକର I ବାକ୍ୟ ବୁଝିବାକୁ ପରୀକ୍ଷାର୍ଥୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ବିଶେଷ ଭାବେ ଓଡ଼ିଆ ଭାଷାରେ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀ ପ୍ରଶ୍ନପତ୍ରରେ ତାଳମେଳ ନଥିବା ଏବଂ ଓଡ଼ିଆ ଶଦ୍ଦ ଗୁଡ଼ିକ ସଠିକ ଭାବରେ ପଢି ହେଉନଥିବା ଅଭିଯୋଗ ହୋଇଛି।
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସ୍ଏସ୍ସି) ଦ୍ବାରା ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷାରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଯାହାକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକଙ୍କ ସମେତ ଶିକ୍ଷାବିତ୍ମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଶିକ୍ଷାବିତ୍ଙ୍କ ମତରେ ଓଡ଼ିଶାରେ ଓଡ଼ିଆ ଭାଷାକୁ ସବୁବେଳେ ଉପେକ୍ଷା କରାଯାଇଛି। ଓଡ଼ିଶାରେ ଏମିତି କିଛି ଅପାରଗ କର୍ମଚାରୀ ଅଛନ୍ତି ଯେଉଁମାନେ କି ଶୁଦ୍ଧ ଓଡ଼ିଆ ଲେଖି ଜାଣି ନାହାନ୍ତି। ପିଲାଙ୍କ ଭବିଷ୍ୟତକୁ ଅନ୍ଧାର ମଧ୍ୟକୁ ଟାଣି ନେଉଥିବା ଏହି ସରକାରୀ ବାବୁଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ।




