ଅଙ୍ଗଦାନ କରି ଅମର ହେଲେ ବରିଷ୍ଠ ସମାଜସେବୀ ବୀରେନ୍ଦ୍ର

କଟକ: ମୃତ୍ୟୁ ପରେ ଅଙ୍ଗଦାନ କରି ଆମର ହେଲେ ବରିଷ୍ଠ ସମାଜସେବୀ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ଗତ ରବିବାର ଦିନ ଦୁର୍ଘଟଣାର ଶିକାର ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତି ହୋଇଥିଲେ ବୀରେନ୍ଦ୍ର । ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ବ୍ରେନ ଡେଡ଼ର ଶିକାର ହୋଇଥିଲେ ବୀରେନ୍ଦ୍ର । ଏହାପରେ ପରିବାର ଲୋକେ ତାଙ୍କର ଅଙ୍ଗଦାନ ପାଇଁ ସହମତି ପ୍ରକାଶ କରିଥିଲେ। ଏସସିବି ମେଡିକାଲର ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ମିଳିତ ସହଯୋଗରେ କିଡନୀ ପ୍ରତିରୋପଣ […]

Samaya Live Picture
Published On

କଟକ: ମୃତ୍ୟୁ ପରେ ଅଙ୍ଗଦାନ କରି ଆମର ହେଲେ ବରିଷ୍ଠ ସମାଜସେବୀ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ଗତ ରବିବାର ଦିନ ଦୁର୍ଘଟଣାର ଶିକାର ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତି ହୋଇଥିଲେ ବୀରେନ୍ଦ୍ର । ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ବ୍ରେନ ଡେଡ଼ର ଶିକାର ହୋଇଥିଲେ ବୀରେନ୍ଦ୍ର । ଏହାପରେ ପରିବାର ଲୋକେ ତାଙ୍କର ଅଙ୍ଗଦାନ ପାଇଁ ସହମତି ପ୍ରକାଶ କରିଥିଲେ। ଏସସିବି ମେଡିକାଲର ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ମିଳିତ ସହଯୋଗରେ କିଡନୀ ପ୍ରତିରୋପଣ କରିବାକୁ ନିଷ୍ପତି ହୋଇଥିଲା । ଗୋଟିଏ କିଡନୀ ଏସସିବିରେ ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ। ଅନ୍ୟ ଏକ କିଡନୀ ଭୁବନେଶ୍ଵର ଏମ୍ସରେ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯିବ। ସେପଟେ ବୀରେନ୍ଦ୍ରଙ୍କ ବିୟୋଗରେ ବିଧାୟକ ଡକ୍ଟର ରମାକାନ୍ତ ଭୋଇ ଶୋକବ୍ୟକ୍ତ କରିଥିବାବେଳେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।

ସୂଚନାନୁସାରେ,ବରିଷ୍ଠ ସମାଜସେବୀ ବୀରେନ୍ଦ୍ର ପ୍ରସାଦ ସ୍ୱାଇଁଙ୍କ ଘର ଜଗତସିଂହପୁର ରଘୁନାଥପୁର ଅଞ୍ଚଳରେ । ସେ ଗତ ରବିବାର ଦିନ ଏକ ଭୋଜି ଖାଇ ଫେରୁଥିବାବେଳେ ରଘୁନାଥପୁର ଓଡାପଡା ନିକଟରେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ । ପରିବାର ଲୋକେ ବୀରେନ୍ଦ୍ରଙ୍କୁ କଟକ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ।

Tags: