ଗଣମାଧ୍ୟମ ବିଭାଗର ବରିଷ୍ଠ ପ୍ରଫେସର ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗଣମାଧ୍ୟମ ବିଭାଗର ପୂର୍ବତନ ପ୍ରଫେସର ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ମଧ୍ୟରାତ୍ରିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଡକ୍ଟର ପ୍ରଦୀପ ମହାପାତ୍ର ଦୀର୍ଘ ୨୭ ବର୍ଷ ଧରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିବା ପରେ ୨୦୧୬ ମସିହାରେ ସେ ଅବସର ଗ୍ରହଣ କରିଥିଲେ । ସୂଚନାନୁସାରେ,ପ୍ରଫେସର ପ୍ରଦୀପ ମହାପାତ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର […]

Samaya Live Picture
Published On

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଗଣମାଧ୍ୟମ ବିଭାଗର ପୂର୍ବତନ ପ୍ରଫେସର ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ମଧ୍ୟରାତ୍ରିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଡକ୍ଟର ପ୍ରଦୀପ ମହାପାତ୍ର ଦୀର୍ଘ ୨୭ ବର୍ଷ ଧରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିବା ପରେ ୨୦୧୬ ମସିହାରେ ସେ ଅବସର ଗ୍ରହଣ କରିଥିଲେ ।

ସୂଚନାନୁସାରେ,ପ୍ରଫେସର ପ୍ରଦୀପ ମହାପାତ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ବିଭାଗରେ ଏଚଓଡି ଥିଲେ । ବ୍ରହ୍ମପୁର ଘରେ ଥିବାବେଳେ ଗତ ୨୧ ତାରିଖରେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇ ପଡିଥିଲା । ଏହାପରେ ତୁରନ୍ତ ତାଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ୱର ଅଣାଯାଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ନିମୋନିଆ ଯୋଗୁଁ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେବେ ଚିକିତ୍ସା ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ମଧ୍ୟରାତ୍ରିରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମରଶରୀର ପୂର୍ବାହ୍ଣ ୧୦ଟା ବେଳେକୁ ବ୍ରହ୍ମପୁରରେ ପହଞ୍ଚିବ ବୋଲି ସୂଚନା ରହିଛି।

Tags: