ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ,ଯୋଗ ଦେଲେ ବରିଷ୍ଠ ନେତା
ଭୁବନେଶ୍ୱର : ୱାକଫ୍ ବିଲକୁ ନେଇ ବିଜେଡିର ଦଳୀୟ କନ୍ଦଳ ପଦାରେ ପଡିଛି । ନେତାଙ୍କ ବୟାନ ବାଜି ପରେ ଆଜି ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓ ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ବୈଠକ ଦ୍ବାସିଛି । ଏଥିରେ ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିଛନ୍ତି । ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ, ଅରୁଣ ସାହୁ, […]
ଭୁବନେଶ୍ୱର : ୱାକଫ୍ ବିଲକୁ ନେଇ ବିଜେଡିର ଦଳୀୟ କନ୍ଦଳ ପଦାରେ ପଡିଛି । ନେତାଙ୍କ ବୟାନ ବାଜି ପରେ ଆଜି ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଓ ସମନ୍ଵୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ବୈଠକ ଦ୍ବାସିଛି । ଏଥିରେ ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ରହିଛନ୍ତି । ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ, ଅରୁଣ ସାହୁ, କଳିକେଶ ନାରାୟଣ ସିଂଦେଓ, ପ୍ରତାପ ଜେନା, ଅନଙ୍ଗ ଉଦୟ ସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ ଏହି ବୈଠକରେ ସାମିଲ ଅଛନ୍ତି ।
ବୈଠକ ପରେ ଅରୁଣ ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ନବୀନ ପଟ୍ଟନାୟକ ଅଛନ୍ତି, ଦଳ ମଜଭୂତ ଅଛି। ଲୋକମାନଙ୍କ ଭରସାର ଦଳ ହୋଇ ରହିବ। ଆଜି ସମ୍ପୂର୍ଣ୍ଣ ଭାବେ ସଂଗଠନ କାର୍ଯ୍ୟକ୍ରମକୁ ଆଗେଇବାକୁ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲୁ।
ସେହିପରି ବିଜେଡି କାର୍ଯ୍ୟକ୍ରମ ରୂପାନ୍ତର କମିଟି ଆବାହକ ସଞ୍ଜୟ ଦାସବର୍ମା କହିଛନ୍ତି, ଆଜି ଦଳର ବରିଷ୍ଠ ନେତାମାନେ ଆଲୋଚନା କରୁଛନ୍ତି। ୩୩ ସାଙ୍ଗଠନିକ ଜିଲାରେ କିପରି ସଭାପତି ନିର୍ବାଚନ ହେଉଛି, ବ୍ଲକ ସଭାପତି ଚୟନରେ କଣ ସମସ୍ୟା ରହୁଛି, କିଭଳି ନିର୍ବାଚନ ଠିକ୍ ଭାବେ ହେବ, ସେନେଇ ସଭାପତିଙ୍କୁ ଅବଗତ କରିଛୁ।
ସଂଗଠନ ନିର୍ବାଚନ ପାଇଁ ଗତକାଲି ଡିଆରଓମାନଙ୍କ ବୈଠକ ନେଇଥିଲେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ। ଯେଉଁ ସବୁ ନାଁ ଆସିଛି, ସବୁ କାର୍ଯ୍ୟସୂଚୀ ନେଇ ନବୀନ ପଟ୍ଟନାୟକଙ୍କୁ ଅବଗତ କରିଛୁ ବୋଲି କହିଛନ୍ତି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର।
ସୂଚନାନୁସାରେ,ୱାକଫ ବିଲ ଭୋଟିଂ କୁ ନେଇ ଗତକାଲି ଓଡିଶା ଫେରିଥିବା ବିଜେଡି ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଏୟାରପୋର୍ଟରେ ସସ୍ମିତ ପାତ୍ରଙ୍କ ଉପରେ ଖୁବ ବର୍ଷିଥିଲେ । ଏଥି ସହିତ ଗତକାଲି ମୁନ୍ନା ଖାଁ ନିଜ ସମର୍ଥକଙ୍କ ସହ ନବୀନଙ୍କୁ ଭେଟିଥିଲେ । ଦଳୀୟର ମୁଖିଆ ଏନେଇ ଉଚିତ ପଦକ୍ଷେପ ନେବେ ବୋଲି ମଧ୍ୟ ଭେଟିବା ପରେ କହିଥିଲେ ମୁନ୍ନା ଖାଁ। ୱାକଫ ବିଲକୁ ସାଂସଦ ମୁନା ଖାଁ ବିରୋଧ କରିଥିବା ବେଳେ ସାଂସଦ ସସ୍ମିତ ପାତ୍ର ଏହି ବିଲ୍କୁ ସମର୍ଥନ କରିଥିଲେ ଏବଂ ଦେବାଶିଷ ସାମନ୍ତରାୟ ଭୋଟ ଦାନରୁ ନିବୃତ ରହିବରୁ ବିବାଦ ସୃଷ୍ଟି ହୋଇଥିଲା ।




