ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର (ଜିତୁ)ଙ୍କ ପରଲୋକ । ଆଜି ସକାଳ ୧୦.୩୦ ମିନିଟ ସମୟରେ ହୃଦଘାତ ରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି I ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ଓ କନ୍ୟା ଉପସ୍ଥିତ ଥିଲେ। ସେ ଦୈନିକ ‘ସକାଳ’ର ବ୍ରହ୍ମପୁର ସଂସ୍କରଣରେ ଶେଷ ସମୟରେ କାର୍ଯ୍ୟ କରୁଥିଲେ। ଡକ୍ଟର ଜଗନମୋହନ ମହାପାତ୍ର ଦୀର୍ଘ ୩୦ବର୍ଷ ଧରି ପ୍ରତ୍ୟକ୍ଷ ସାମ୍ବାଦିକତା […]

Samaya Live Picture
Published On

ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ଡକ୍ଟର ଜଗନମୋହନ ମହାପାତ୍ର (ଜିତୁ)ଙ୍କ ପରଲୋକ । ଆଜି ସକାଳ ୧୦.୩୦ ମିନିଟ ସମୟରେ ହୃଦଘାତ ରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି I ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ଓ କନ୍ୟା ଉପସ୍ଥିତ ଥିଲେ। ସେ ଦୈନିକ ‘ସକାଳ’ର ବ୍ରହ୍ମପୁର ସଂସ୍କରଣରେ ଶେଷ ସମୟରେ କାର୍ଯ୍ୟ କରୁଥିଲେ।

ଡକ୍ଟର ଜଗନମୋହନ ମହାପାତ୍ର ଦୀର୍ଘ ୩୦ବର୍ଷ ଧରି ପ୍ରତ୍ୟକ୍ଷ ସାମ୍ବାଦିକତା ସହ ଜଡିତ ଥିଲେ । ୧୯୯୩ ମସିହାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରୁ ସ୍ନାତ୍ତକତୋର ପାସ୍ କରିବା ପରେ ସାମ୍ବାଦିକତାକୁ ପେଶା ରୁପେ ଗ୍ରହଣ କରିଥିଲେ । ସେ ଏମଜେଏମସି ପଢିବା ସମୟରୁ ବ୍ରହ୍ମପୁର ‘ସମ୍ବାଦ’ରେ କାମ ଆରମ୍ଭ କରିଥିଲେ। ତା’ପରେ ନିୟମିତ ରିପୋର୍ଟର, ସହସମ୍ପାଦକ ଭାବେ ୨୦୦୩ ପର୍ଯ୍ୟନ୍ତ ବ୍ରହ୍ମପୁର ଓ କଟକ ସଂସ୍କରଣରେ କାମ କରିଥିଲେ। ଏହାପରେ ସେ ‘ପ୍ରମେୟ’ ଓ ‘ନିତିଦିନ’ ଭଳି ସମ୍ବାଦପତ୍ରରେ ମଧ୍ୟ କାର୍ଯ୍ୟ କରିଥିଲେ। ଏହାଛଡ଼ା ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଭିଜିଟିଂ ଅଧ୍ୟାପକ ଭାବରେ ମଧ୍ୟ ଶିକ୍ଷାଦାନ କରୁଥିଲେ। ଡକ୍ଟର ଜଗନମୋହନ ମହାପାତ୍ରଙ୍କ ପୈତୃକ ଘର ଖଲିକୋଟ ନିକଟସ୍ଥ ବାଲୁଙ୍କେଶ୍ବରପୁର ଶାସନରେ। ସ୍ବର୍ଗତ ମହାପାତ୍ରଙ୍କ ପିତା ତାରାପ୍ରସାଦ ମହାପାତ୍ର ଗଞ୍ଜାମର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥିଲେ। ଦୈନିକ ସକାଳର ଦକ୍ଷିଣ ଓଡ଼ିଶା ସଂସ୍କରଣ ମୁଖ୍ୟ ଭାବେ ସେ ଅବସ୍ଥାପିତ ହୋଇଥିଲେ। ବ୍ରହ୍ମପୁରରେ ଆଞ୍ଚଳିକ କେବୁଲ ଟେଲିଭିଜନ ପ୍ରତିଷ୍ଠା କ୍ଷେତ୍ରରେ ସେ ଅଗ୍ରଣୀ ଭୂମିକା ନେଇଥିୱେ । ଗତବର୍ଷ ସ୍ବର୍ଗତ ପ୍ରଫେସର ସୁନୀଲ ବେହାରଙ୍କ ଅଧିନରେ ଗବେଷଣା କରି ସେ ଡକ୍ଟରେଟ ଜିଗ୍ରୀ ହାସଲ କରିଥିଲେ ।

ଡ଼କ୍ଟର ଜଗନମୋହନ ମହାପାତ୍ର ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ, ମେଳାପୀ, ବନ୍ଧୁବତ୍ସଳ ତଥା ପରୋପକାରୀ ଭାବରେ ବେଶ ଜଣାଶୁଣା ଥିଲେ I ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Tags: