ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର : ବିଷ୍ଣୁପଦ ସେଠୀଙ୍କ ବଢ଼ିଲା ଅଡୁଆ । ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଜାରି ରହିବ CBI ତଦନ୍ତ । ଜାମିନ ଆବେଦନ ଖାରଜ ହେବାରୁ ପୁଣି ଜାରି ରହିବ CBI ତଦନ୍ତ । ଟେଣ୍ଡର ଫିକ୍ସିଂ ଏବଂ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ କମ୍ପାନିକୁ ଅହେତୁକ ଅନୁକମ୍ପା, ଏହାସହିତ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ବିଷ୍ଣୁପଦଙ୍କ ଘରେ ରେଡ୍ […]

ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଜାମିନ ଆବେଦନ ଖାରଜ
Samaya Live Picture
Published On

ଭୁବନେଶ୍ୱର : ବିଷ୍ଣୁପଦ ସେଠୀଙ୍କ ବଢ଼ିଲା ଅଡୁଆ । ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲାରେ ଜାରି ରହିବ CBI ତଦନ୍ତ । ଜାମିନ ଆବେଦନ ଖାରଜ ହେବାରୁ ପୁଣି ଜାରି ରହିବ CBI ତଦନ୍ତ । ଟେଣ୍ଡର ଫିକ୍ସିଂ ଏବଂ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ୍ କମ୍ପାନିକୁ ଅହେତୁକ ଅନୁକମ୍ପା, ଏହାସହିତ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିବିଆଇ ବିଷ୍ଣୁପଦଙ୍କ ଘରେ ରେଡ୍ କରିଥିଲା CBI । ଏହାକୁ ବିରୋଧ କରି ହାଇକୋର୍ଟ ଯାଇଥିଲେ ବିଷ୍ଣୁପଦ । ପ୍ରାରମ୍ଭିକ ଶୁଣାଣିରେ CBI କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ। ତେବେ ହାଇକୋର୍ଟ ଆଜି ଏହି ମାମଲାରେ ରାୟ ପ୍ରକାଶ କରି ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ହାଇକୋର୍ଟ ଅନ୍ତରୀଣ ଅଙ୍କୁଶକୁ ହଟାଇ ଦେଇଥିବାରୁ ବିଷ୍ଣୁପଦଙ୍କ ଗିରଫ ସମ୍ଭାବନା ବଢିଛି ।

ସୂଚନାନୁସାରେ,ଏକ ବିଲ୍‌ ପାସ୍‌ ପାଇଁ ୧୦ ଲକ୍ଷ ଲାଞ୍ଚ କାରବାର ଅଭିଯୋଗରେ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କର୍ପୋରେସନ୍‌ ଲିମିଟେଡ୍‌ର ଜେନେରାଲ ମ୍ୟାନେଜର୍‌ ଚଞ୍ଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି। ଏହି ଲିଙ୍କ୍‌ରେ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ାଉ କରାଯିବା ସହ ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ୍‌ କରାଯାଇଥିଲା। ବିଷ୍ଣୁପଦ ସେଠୀ ଏବଂ ତାଙ୍କ ପତ୍ନୀଙ୍କ ନାମରେ ଥିବା ଆକାଉଣ୍ଟକୁ ଅଚଳ କରି ଦିଆଯାଇଥିଲା। ସିବିଆଇ ରେଡ୍‌କୁ ବିରୋଧ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

Tags: