ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ ଘଟିଛି । କଟକ ଜିଲ୍ଲା ତେଲେଙ୍ଗାବଜାର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ଅଶୋକଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ I ସୂଚନା ମୁତାବକ, ଗତ କିଛିଦିନ ଧରି ଅଶୋକ ଲିଭର ସମ୍ବନ୍ଧୀୟ ବିମାରୀରେ ପୀଡିତ ଥାଇ ଟାଟା ମେମୋରିଆଲ ହସପିଟାଲରୁ ଚିକିତ୍ସିତ ହୋଇ ଫେରିଥିଲେ I […]

Samaya Live Picture
Published On

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ ଘଟିଛି । କଟକ ଜିଲ୍ଲା ତେଲେଙ୍ଗାବଜାର ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ଅଶୋକଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ I

ସୂଚନା ମୁତାବକ, ଗତ କିଛିଦିନ ଧରି ଅଶୋକ ଲିଭର ସମ୍ବନ୍ଧୀୟ ବିମାରୀରେ ପୀଡିତ ଥାଇ ଟାଟା ମେମୋରିଆଲ ହସପିଟାଲରୁ ଚିକିତ୍ସିତ ହୋଇ ଫେରିଥିଲେ I କିନ୍ତୁ ସେ ସୁସ୍ଥ ହୋଇ ପାରି ନଥିଲେ I ଅଶୋକଙ୍କ ମୃତ୍ୟୁରେ ରାଜ୍ୟ ରାଜନୈତିକ ମହଲରେ ଶୋକର ଲହରୀ ଖେଳିଯାଇଛି । କଂଗ୍ରେସ ସହିତ ଅନ୍ୟ ରାଜନୈତିକ ଦଳର ବହୁ ବରିଷ୍ଠ ନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଆଜି ସନ୍ଧ୍ୟାରେ ଖାନ ନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Tags: