ବରିଷ୍ଠ ବିଜେପି ନେତା ଶଙ୍କର୍ଷଣ ପରିଡାଙ୍କ ପରଲୋକ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା କବି ଶଙ୍କର୍ଷଣ ପରିଡ଼ାଙ୍କର ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ରେ ତାଙ୍କର ବିୟୋଗ ହୋଇଛି। ଗତକାଲି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଆଜି ତାଙ୍କର ଦେହାନ୍ତ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଶଙ୍କର ପରିଡା ପୁରୀ ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ପଂଚାୟତ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ରହିଥିଲେ । ଶଙ୍କରଙ୍କ ମୃତ୍ୟୁରେ ରାଜନୈତିକ ତଥା ସାହିତ୍ୟିକ ମହଲରେ […]

ବରିଷ୍ଠ ବିଜେପି ନେତା ଶଙ୍କର୍ଷଣ ପରିଡାଙ୍କ ପରଲୋକ
Samaya Live Picture
Published On

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା କବି ଶଙ୍କର୍ଷଣ ପରିଡ଼ାଙ୍କର ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସ ରେ ତାଙ୍କର ବିୟୋଗ ହୋଇଛି। ଗତକାଲି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ଆଜି ତାଙ୍କର ଦେହାନ୍ତ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଶଙ୍କର ପରିଡା ପୁରୀ ଜିଲ୍ଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ପଂଚାୟତ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ରହିଥିଲେ । ଶଙ୍କରଙ୍କ ମୃତ୍ୟୁରେ ରାଜନୈତିକ ତଥା ସାହିତ୍ୟିକ ମହଲରେ ଶୋକର ଛାୟା ଖେଳି ଯାଇଛି ।

ସୂଚନାନୁସାରେ,ଶଙ୍କର ପରିଡା ଫୁସଫୁସ କ୍ୟାନ୍ସରରେ ପୀଡ଼ିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ ଶଙ୍କର। ପ୍ରଥମେ ତାଙ୍କୁ କଟକର ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର, ପରେ ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲ ଏବଂ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ପରେ ତାଙ୍କୁ AIIMS ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଦେହାନ୍ତ ହୋଇଥିବା ନେଇ ପ୍ରଥମେ ତାଙ୍କ ଝିଅ ଶ୍ରୀ ପରିଡ଼ାଙ୍କ ଫେସବୁକରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ତାଙ୍କ ମୃତ୍ୟୁଶଯ୍ୟା ପାଖରେ ଦୁଇଝିଅ ଓ ପତ୍ନୀ ଉପସ୍ଥିତ ଥିଲେ । ପୂର୍ବରୁ ଦଳର ବରିଷ୍ଠ ନେତାମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ ।

ଶଙ୍କର୍ଷଣ ପରିଡା ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ, ତାଙ୍କର ରାଜନୈତିକ କ୍ୟାରିଅର ଏବଂ ସାହିତ୍ୟିକ ଅବଦାନ ପାଇଁ ସେ ଜଣାଶୁଣା ଥିଲେ। ସେ ପୁରୀ ସଦର ବ୍ଲକର ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହସ୍ତଶିଳ୍ପ ନିଗମର ଅଧ୍ୟକ୍ଷ ଏବଂ ଓଡ଼ିଶା ରାଜ୍ୟ ପଞ୍ଚାୟତି ପରିଷଦର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଜନ୍ମଦିନ ପାଳିଥିଲେ ଶଙ୍କର । ଲେଖିଥିଲେ ଆଜି ହାସ୍ ପାତାଳରେ ଜନ୍ମଦିନ । ଉଲ୍ଲସିତ ଅଶ୍ରୁ ଏବଂ ଅଶ୍ରୁସିକ୍ତ ଉଲ୍ଲାସର ଅଗଣାରେ ଐତିହ୍ୟର ଦୃପ୍ତ ପାଦଚିହ୍ନ । ଏମିତି କବିତା ଲେଖିଥିଲେ ଶଙ୍କର ପରିଡା । ଜୀବନ ସହ ସଂଘର୍ଷ କରୁଥିବାବେଳେ ଏମିତି ହୃଦୟସ୍ପର୍ଶୀ କଥା ଲେଖିଯାଇଛନ୍ତି ।

ଶଙ୍କର୍ଷଣ ପରିଡ଼ାଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ‘ଆମ ଦଳର ବରିଷ୍ଠ ନେତା ତଥା ସୁସାହିତ୍ୟିକ ଶଙ୍କର୍ଷଣ ପରିଡାଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ। ତାଙ୍କର ଦେହାନ୍ତ ଓଡ଼ିଶା ରାଜନୀତି ଓ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କର ଆଦର୍ଶ, କର୍ତ୍ତବ୍ୟନିଷ୍ଠା ଓ ସମାଜ ପ୍ରତି ଥିବା ଉତ୍ସର୍ଗୀକୃତ ଭାବନା ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ। ​ଏହି ଦୁଃଖଦ ସମୟରେ, ମୁଁ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ’।

ଶଙ୍କରଙ୍କ ପରଲୋକରେ ରାଜ୍ୟ ସଭାପତି ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ସ୍ୱର୍ଗତଃ ପରିଡ଼ା ଜଣେ କବି, ମିଷ୍ଟଭାଷୀ, ସୁସଂଗଠକ, ବନ୍ଧୁବତ୍ସଳ ବ୍ୟକ୍ତି ଭାବରେ ଜନସାଧାରଣଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ । ସ୍ୱର୍ଗତଃ ପରିଡ଼ା ରାଜ୍ୟ ପଂଚାୟତ ନିର୍ବାଚିତ ପ୍ରତିନିଧି ସଂଘର ପୂର୍ବତନ ସଭାପତି ଥିଲେ । ତାଙ୍କ ବିୟୋଗରେ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସ୍ୱର୍ଗତଃ ପରିଡାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।

Tags: