ସେଲ୍ଫି ହେଲା କାଳ,ମହାନଦୀରେ ଭାସି ଗଲେ ୨ ଛାତ୍ର
କଟକ : ସେଲ୍ଫି ନେବା ବେଳେ ବୁଡ଼ିଗଲେ ଦୁଇ ଛାତ୍ର I ଗାଧୋଇବାକୁ ଯାଇ କଟକ ନରାଜ ନିକଟ ମହାନଦୀରେ ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି । ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସୂଚନାନୁସାରେ, ବୁଡ଼ି ଯାଇଥିବା ଛାତ୍ର ଦ୍ୱୟ କଟକର ଷ୍ଟିୱାର୍ଟ ସାଇନ୍ସ କଲେଜର ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ର ଦେବବ୍ରତ ଚୌଧୁରୀ ଓ ଆଦିତ୍ୟ ମଲ୍ଲିକ । ସେମାନେ […]
କଟକ : ସେଲ୍ଫି ନେବା ବେଳେ ବୁଡ଼ିଗଲେ ଦୁଇ ଛାତ୍ର I ଗାଧୋଇବାକୁ ଯାଇ କଟକ ନରାଜ ନିକଟ ମହାନଦୀରେ ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି । ପୁଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
ସୂଚନାନୁସାରେ, ବୁଡ଼ି ଯାଇଥିବା ଛାତ୍ର ଦ୍ୱୟ କଟକର ଷ୍ଟିୱାର୍ଟ ସାଇନ୍ସ କଲେଜର ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ର ଦେବବ୍ରତ ଚୌଧୁରୀ ଓ ଆଦିତ୍ୟ ମଲ୍ଲିକ । ସେମାନେ ନଦୀ ପାଖରେ ଥିବା ଏକ ପଥର ଉପରେ ଛିଡା ହୋଇ ସେଲ୍ଫି ନେଉଥିବା ବେଳେ ଗୋଡ଼ ଖସିଯିବାରୁ ଦୁହେଁ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଘଟଣାସ୍ଥଳରେ ବାରଙ୍ଗ ଅଗ୍ନିଶମ ବିଭାଗର ବୁଡ଼ାଳିମାନେ ଘଟଣାସ୍ଥଳରେ ପହଁଚି ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ବି ସେମାନଙ୍କ ପତ୍ତା ପାଇନଥିଲେ। ସେମାନଙ୍କ ସହ ଯାଇଥିବା ଅନ୍ୟ ୬ବନ୍ଧୁଙ୍କୁ ଗୋଡ଼ିସାହି ଫାଣ୍ଡି ପୁଲିସ ପଚରାଉଚରା କରୁଛି। ନଦୀକୂଳରେ ଉକ୍ତ ଦୁଇ ଛାତ୍ରଙ୍କ ବ୍ୟାଗ, ଜୋତା ସହିତ ସ୍କୁଟି ରହିଛି।




