ସେଲ୍ଫି ହେଲା କାଳ,କୋଏଲ ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ
ରାଉରକେଲା : ପୁଣି ସେଲ୍ଫି ନେଲା ଜୀବନ । କୋଏଲ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ । ମୃତ ଅବସ୍ଥାରେ ପ୍ରଧାନ ପାଲି ବ୍ରିଜ ନିକଟରୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମୃତ ଛତ୍ର ହେଲେ ସୁନ୍ଦରଗଡ଼ ଟାଙ୍ଗରମୁଣ୍ଡାର ସ୍ୱାଧୀନ ଓରାମ । ରାଉରକେଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ୪ ଜଣ ଛାତ୍ର ସାଙ୍ଗ ହୋଇ ରେଳପୋଲ ଉପରେ ରିଲ୍ସ କରୁଥିବାବେଳେ ରେଳପୋଲରୁ ସ୍ୱାଧୀନଙ୍କ ଗୋଡ଼ ଖସି ଯିବାରୁ ନଦୀକୁ ଖସିପଡି ବୁଡିଯାଇଥିଲେ । ତେବେ […]
ରାଉରକେଲା : ପୁଣି ସେଲ୍ଫି ନେଲା ଜୀବନ । କୋଏଲ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ । ମୃତ ଅବସ୍ଥାରେ ପ୍ରଧାନ ପାଲି ବ୍ରିଜ ନିକଟରୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ମୃତ ଛତ୍ର ହେଲେ ସୁନ୍ଦରଗଡ଼ ଟାଙ୍ଗରମୁଣ୍ଡାର ସ୍ୱାଧୀନ ଓରାମ । ରାଉରକେଲାର ଏକ ଘରୋଇ ଶିକ୍ଷାନୁଷ୍ଠାନର ୪ ଜଣ ଛାତ୍ର ସାଙ୍ଗ ହୋଇ ରେଳପୋଲ ଉପରେ ରିଲ୍ସ କରୁଥିବାବେଳେ ରେଳପୋଲରୁ ସ୍ୱାଧୀନଙ୍କ ଗୋଡ଼ ଖସି ଯିବାରୁ ନଦୀକୁ ଖସିପଡି ବୁଡିଯାଇଥିଲେ । ତେବେ ଏହି ଦୁର୍ଘଟଣାରୁ ଅନ୍ୟ ୩ ଛତ୍ର ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ।
ସୂଚନା ମୁତାବକ, ରବିବାର କଟକ ସିଡିଏ ସେକ୍ଟର ୧୧ ନିକଟ ବିରେନ ମିତ୍ର ପାର୍କ ପାଖରେ ଦୁଇ ଜଣ ଯୁବକ କାଠଯୋଡି ନଦୀକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ । ଘଟଣାରେ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଥିଲେ । ମୃତ ଇଂଜିନିୟର ହେଲେ ଋଷିକେଶ ମାତାଲ । ରବିବାର ଋଷିକେଶ ମାତାଲଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।




